ହରଭଙ୍ଗା ବ୍ଲକର ଆଞ୍ଚଳିକ ବ୍ଲକ କଳାକାର ଓ ସଂସ୍କୃତି ସଂଘ ପକ୍ଷରୁ ଜରୁରୀ କାଳୀନ ବୈଠକ

0
417

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,ବୌଦ୍ଧ,(୦୪/୧୦) : ସୋମବାର ଦିବା ୧୨.୩୦ ମିନିଟ ରେ ଚାରିଛକ ସ୍ଥିତ ଶିବମନ୍ଦିର ସଭାଗୃହ ରେ ହରଭଙ୍ଗା ବ୍ଲକର ଆଞ୍ଚଳିକ ବ୍ଲକ କଳାକାର ଓ ସଂସ୍କୃତି ସଂଘ ର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି |

ଉକ୍ତ ସଭାରେ ହରଭଙ୍ଗା ବ୍ଲକର ଆଞ୍ଚଳିକ ବ୍ଲକ ସମସ୍ତ କଳାକାର ଙ୍କ ସର୍ବ ସମ୍ନତି କ୍ରମେ ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା | ଉପଦେଷ୍ଟା ମଣ୍ଡଳୀର ବ୍ଲକ ଅଧକ୍ଷ ଶ୍ରୀ ବିଶ୍ୱଜିତ ମିଶ୍ର ମହୋଦୟ, ଆଇନଜୀବୀ ଶ୍ରୀ ଦେବରଞ୍ଜନ ବିଶି, ଶିକ୍ଷକ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଧେଶକ ଶ୍ରୀ ବୀରେନ୍ଦ୍ର ବାରିକ ମହୋଦୟ ଉପସ୍ଥିତ ରହି ସଭାକାର୍ଯ୍ୟ ଟିର ଶୋଭା କୁ ବର୍ଦ୍ଧିତ କରିଥିଲେ | ପରିଚାଳନା କମିଟିର ଆବାହକ -ମାନଭଞ୍ଜନ ମହାପାତ୍ର,ସଭାପତି -ସତ୍ୟନାରାୟଣ ପ୍ରଧାନ, ଉପସଭାପତି-ମଦନ କର୍ମୀ,ସମ୍ପାଦକ-ଅର୍ଜୁନ ଭୋକ୍ତା,ସହ ସମ୍ପାଦକ-ଅଜିତ ମlହାର, କୋଷାଧକ୍ଷ-ଶୁଭେନ୍ଦୁ ଯୋଶୀ ଓ ସଂଗଠନ ସମ୍ପାଦକ ସୁଶାନ୍ତ ପ୍ରଧାନ ଙ୍କୁ ମନୋନୀତ କରିଥିଲେ |

ହରଭଙ୍ଗା ବ୍ଲକର ୨୨ ଗୋଟି ଗ୍ରାମପଞ୍ଚାୟତ ର କଳାକାରଙ୍କ ଉପସ୍ଥିତ ରେ ଏହି କମିଟି ଗଠନ କରି ଆଗାମୀ ଦିନରେ ପଶ୍ଚିମ ଓଡିଶା ର ଗଣପର୍ବ ନୁଆଁଖାଇ ଭେଟ ଘାଟ କରିବାକୁ ସଭାରେ ଉପସ୍ଥାପନା କରିବା ସହିତ ସର୍ବ ସମ୍ନତି କ୍ରମେ ପ୍ରସ୍ତାବ ଗୃହୀତ କରିଥିଲେ | ପରିଶେଷରେ ସଭାପତି ସମସ୍ତ ଙ୍କୁ ଧନ୍ୟବାଦ ଦେବା ସହିତ ସଭା ସାଙ୍ଗ କରିଥିଲେ |