Thursday, August 6, 2020
Home Government News କାଳବୈଶାଖୀ ଝଡ ବର୍ଷlରେ ବୈପାରୀଗୁଡା ବେହାଲ

କାଳବୈଶାଖୀ ଝଡ ବର୍ଷlରେ ବୈପାରୀଗୁଡା ବେହାଲ

ବୈପାରୀଗୁଡା (ଏନ ସନ୍ତୋଷ): କୋରାପୁଟ ଜିଲ୍ଲା ବୈପାରୀଗୁଡା ତହସିଲ ଅନ୍ତର୍ଗତ ବହୁ ଗ୍ରାମରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି |

ଗତ ଶନିବାର ରାତି ରେ ଝଡ ତୋଫାନ ରେ ବ୍ୟାପକ କ୍ଷୟ କ୍ଷତି ହୋଇଛି | ସେଥିମଧ୍ୟରୁ ବାଷିଣିଗୁଡା ଗ୍ରାମ ଠାରେ ସର୍ବାଧିକ ଘର ଭାଙ୍ଗିଛି | ଯଥା ପର୍ଶୁରାମ ବିଶୋୟୀଙ୍କ ଆଜବେଷ୍ଟସ ଘର ଛପର ସମ୍ପୂର୍ଣ୍ଣ ଭାଙ୍ଗିଯାଇ ଥିବାବେଳେ ଭଗବାନ ବିଷୋୟୀ , ମୁଦି ଖରା, ଲକ୍ଷଣ ହରିଜନ, ରାମଚନ୍ଦ୍ର ଖିଲ,ଭଦ୍ର ମାଝୀ, ଜୟସିଂ ଖରା ଓ ବଳରାମ ହରିଜଣଂକ ଘର ଛପର ଭାଙ୍ଗିଥିବା ଜଣାପଡିଛି | ସେହିପରି ନାୟକଗୁଡ଼ା ଗ୍ରାମର ବତୀ ମାଝୀ, ନାମକ ମହିଳା ଘରେ ରୋଷେଇ କରୁଥିବା ବେଳେ ଉପରେ ଗଛ ପଡି ଉକ୍ତ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି | ଅନ୍ୟ ପକ୍ଷରେ ହରିଗୁଡା, ନାଇନl ପଡା ଏବଂ ଵାତରିପୁଟ ଗ୍ରାମରେ ମଧ୍ୟ କ୍ଷୟ କ୍ଷତି ହୋଇଥିବା ଜଣାପଡିଛି |ପବନ ର ବେଗ ଏତେ କ୍ଷିପ୍ର ଥିଲା ଯେ ବହୁ ବଡ଼ ବଡ଼ ଗଛ ଭାଙ୍ଗିବା ସହ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଛି | ସୌଭାଗ୍ୟ ବଶତଃ ଲୋକେ ମୃତ୍ୟୁ ମୁଖରୁ ବଂଚିଯାଇଛନ୍ତି ସତ କିନ୍ତୁ ବଂଚିବା ପାଇଁ ଯେଉଁ ମୌଳିକ ଦ୍ରବ୍ୟ ତଥା ଚାଉଳ, ଧାନ, ବସ୍ତ୍ର ଭଳି ବହୁ ମୂଲ୍ୟବାନ ଜିନିଷ ନଷ୍ଟ ହୋଇଥିବା ଜଣାପଡିଛି | ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟ କ୍ଷତି ର ଆକଳନ କରାଯାଇ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜନ୍ମରୁ ଅନ୍ଧ, ପୁଣି ସ୍ତ୍ରୀ ଶଯ୍ୟାଶାୟୀ, ମୁଣ୍ଡ ଗୁଞ୍ଜିବା ପାଇଁ ବାରଦୁଆର-ପ୍ରଶାସନର ଦୃଷ୍ଟି ପଡୁ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ବୁଡେନ ଗ୍ରାମପଂଚାୟତ ଅନ୍ତର୍ଗତ ସିଲେଟପାଲି ଗ୍ରାମର ରଘୁ ନାଗର ଏକ ଦୁଃଖଦ କାହାଣୀ । ଜନ୍ମ...

ବନ୍ଧୁଗାଁ ରେ ବିଭିନ୍ନ କାର୍ଯ୍ୟାଳୟରେ ନିରବ ପ୍ରର୍ଥନ ସହ ଶପଥ ପାଠ ଅନୁଷ୍ଠିତ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୫:୮:୨୦): ବନ୍ଧୁଗାଁ ବ୍ଲକଠାରେ ଆଜି ପୋଲିସ ବିଭାଗର ସମସ୍ତ ଅଧ8କାରୀ,ଅଗ୍ନିଶମ ବିଭାଗର ସମସ୍ତ ଅଧିକାରୀ ଓ ବନ ବିଭାଗର ରେଞ୍ଜର କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କ ଉପିସ୍ତିତରେ ଆଜି...

ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଅବସରରେ ବୋରିଗୁମ୍ମା ଭା.ଜ.ପା.ତରଫରୁ ହୋମ ଓ ପୂଜାପାଠ

ରିପୋର୍ଟ : ରବିଶଙ୍କର ମହାପାତ୍ର // କୋରାପୁଟ(୦୫/୦୮): ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଶ୍ରୀରାମ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଉପଲକ୍ଷେ ସାମାଜିକ...

ଆନ୍ତର୍ଜାତୀକ ସ୍ତରରେ ଗଙ୍ଗାଧର ଜୟନ୍ତୀର ପ୍ରଥମ ୱେବନିଅର, ଦୁବାଇ ପଶ୍ଚିମ ଓଡିଶା କମ୍ୟୁନିଟିର ଆଲୋଚନା ଚକ୍ର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ପବିତ୍ର ଶ୍ରାବଣ ପୁର୍ଣ୍ଣିମା ଦିବସରେ ୟୁଏଇ ଅନ୍ତର୍ଗତ ଦୁବାଇରେ ଡିଜିଟାଲାଇଜେସନ ଭାବରେ ପ୍ରଥମ ଥର ପାଇଁ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ପଶ୍ଚିମ...

Recent Comments

%d bloggers like this: