Related Contents

ଖପ୍ରାଖୋଲ ବ୍ଲକ ବନମାଲ ଗାଁ ରେ ସଫାଇ କାର୍ଯ୍ୟକ୍ରମ ସଫଳ

ଖପ୍ରାଖୋଲ :  (ଭୋଜରାଜ ବରିହା): ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ ମହାରପଦର ପଞ୍ଚାୟତ ଅନ୍ତର୍ଗତ ବନମାଲ ଗ୍ରାମରେ ଗାଁ ସଫାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଭାରତ ସରକାର ଙ୍କ ସ୍ୱଚ୍ଛତା ଭାରତ ମିଶନ କାର୍ଯ୍ୟକ୍ରମ କୁ ସହରାଞ୍ଚଲ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଅନୁପ୍ରାଣିତ ହୋଇ ନିଜ ନିଜ ସହର ତଥା ଗ୍ରାମାଞ୍ଚଳରେ ସଫାଇ କରିବା ସହିତ ପରିବେଶକୁ କିପରି ସ୍ୱଚ୍ଛ ସୁନ୍ଦର କରାଯିବ ତାକୁ   ଦୃଷ୍ଟି କୁ ନେଇ ବନମାଲ ର ୱାର୍ଡ ମେମ୍ବର୍ ବଳରାମ ସାହୁ, ଅଙ୍ଗନବାଡି କର୍ମୀ ଭୋଜକାନ୍ତି ଜୋତିଶ ଙ୍କ ନେତୃତ୍ୱରେ ମହିଳା ଓ ପୁରୁଷ ମିଶି ସଫାଇ କାର୍ଯ୍ୟକ୍ରମ କରାଯାଇଛି।ଗ୍ରାମର ହୀରାଧାର ସା,ରଞ୍ଜନ ଷଣ୍ଢ, କେଶରୀ ପାଣ୍ଡେ, ଭାଗ୍ୟଶ୍ରୀ ସାହୁ, ଟିନା ବଡ଼ିଆ, କୁମଦିନି ନାଗ, କାନ୍ତି ବନଛୋର, ଇତ୍ୟାଦି ଗ୍ରାମର ସମସ୍ତେ ମିଶି ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Comments are closed.