Thursday, March 28, 2024

Top 5 This Week

Related Posts

କିଡିନି ଆକ୍ରାନ୍ତ ରେ ପୋଷ୍ଟପିଅନ୍ ଙ୍କ ମୃତ୍ୟୁ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୫/୭) : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସଂଙ୍କୁଲେଇ ପଂଚାୟତ ସଂଙ୍କୁଲେଇ ହରିଜନ ସାହି ର ନଟବର ଦିପଙ୍କ (୫୧) କିଡିନି ଆକ୍ରାନ୍ତ ହୋଇ ବୁଧବାର ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ ଜଣାପଡିଛି ।

ନଟବର ହରଭଙ୍ଗା ଡାକ କାଯ୍ୟାଳୟରେ ଡାକ ପିଅନ୍ ଭାବେ କାଯ୍ୟ କରୁଥିବା ବେଳେ ଦିର୍ଘଦିନ ହେଲା ଶରିରର ଦୁଇଟି ଯାକ କିଡିନି ଆକ୍ରାନ୍ତ ହୋଇ ରୋଗ ରେ ପିଡିତ ଥିଲେ । ଚିକିତ୍ସା ପାଇଁଁ ବୌଦ୍ଧ, ଫୁଲବାଣି, ବୁର୍ଲା ଭଳି ବିଭିନ୍ନ ମେଡିକାଲ୍ କୁ ନେଇଥିଲେ ମଧ୍ୟ୍ୟ କୌଣସି ଫଳପ୍ରଦ ନହେବାରୁ ବୁଧବାର ଦିନ ମୃତ୍ୟୁ ହୋଇଥିଲା ।

ଏପଟେ ଶରିର ର ଚିକିତ୍ସା ପାଇଁଁ ଥିବା ସମସ୍ଥ ଅର୍ଥକୁ ଖର୍ଚକରି ସାରିଥିବା ବେଳେ ବର୍ତମାନ ଶୁଧିକ୍ରିଆ ପାଇଁଁ ବି ପରିବାରଙ୍କୁ ଅର୍ଥ ସାଜିଛି ବାଧକ । ନଟବରଙ୍କ ବର୍ତମାନ ୨ଟି ଝିଅ ଥିବାବେଳେ ବର୍ତମାନ ସମୟରେ ଜିଲ୍ଲା ପ୍ରଶାସନ ଏହି ଅସହାୟ ପରିବାରଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles