Saturday, August 8, 2020
Home Death Case ମରୁଡି ସ୍ଥିତି ଅନୁଧ୍ୟାନ ପାଇଁ ଆଜି ନୂଆପଡା ଜିଲ୍ଲାରେ ପହଂଚିଛନ୍ତି କେନ୍ଦ୍ରୀୟ ଟିମ୍

ମରୁଡି ସ୍ଥିତି ଅନୁଧ୍ୟାନ ପାଇଁ ଆଜି ନୂଆପଡା ଜିଲ୍ଲାରେ ପହଂଚିଛନ୍ତି କେନ୍ଦ୍ରୀୟ ଟିମ୍

ମରୁଡି ସ୍ଥିତି ଅନୁଧ୍ୟାନ ପାଇଁ ଆଜି ନୂଆପଡା ଜିଲ୍ଲାରେ ପହଂଚିଛନ୍ତି କେନ୍ଦ୍ରୀୟ ଟିମ୍ । ସାଂସଦ ପି. ସୁଗୁନାକର ରାଓଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ନୂଆପଡାରେ ପହଂଚିଛନ୍ତି । ନୂଆପଡା ବ୍ଲକ ଝୁମରପାଣି ଓ ସାରାବଙ୍ଗ ଯାଇ ଏହି ଟିମ୍ ମରୁଡି ସ୍ଥିତି ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି । ସ୍ଥିତି ଅନୁଧ୍ୟାନ ପରେ ଏହି ଟିମ୍ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ରିପୋର୍ଟ ଦେବେ । ରାଜ୍ୟ ବିଜେପିର ୬ ଜଣିଆ ଟିମ୍ ବି କେନ୍ଦ୍ରୀୟ ଟିମ୍ ସହ ସାମିଲ ହୋଇଛି ।  ସୂଚନା ମୁତାବକ, ଚାଷୀଙ୍କୁ ନେଇ ରୋଚକ ହେଉଛି ରାଜନୈତିକ ବୟାନବାଜି । ଦିଲ୍ଲୀରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଭିଯୋଗକୁ ଭୁବନେଶ୍ୱରରେ ବସି କାଟୁଛନ୍ତି ରାଜ୍ୟ କୃଷିମନ୍ତ୍ରୀ । କୃଷକଙ୍କ ଏହି ଦୁର୍ଦ୍ଦିନରେ କିଏ କେତେ ଟଙ୍କା ଦେଲା ଆଉ କିଏ ଖର୍ଚ୍ଚ କଲାନାହିଁ, ତାକୁ ନେଇ ଚାଲିଛି ଆରୋପ ପ୍ରତ୍ୟାରୋପ । ଓଡିଶାର ଭାତ ହାଣ୍ଡି ବରଗଡ ଜିଲ୍ଲାରେ ଚକଡା ପୋକର ଚଡକ, ରାଜ୍ୟ ରାଜନୀତିକୁ ଏକପ୍ରକାର ସରଗରମ କରିଛି । ମରୁଡି ଓ ଚକଡା ପୋକ ପ୍ରଭାବିତ ଚାଷୀଙ୍କ ପାଇଁ ଓଡିଶା ସରକାରଙ୍କ ପ୍ୟାକେଜ ପରେ, ବରଗଡରେ ପହଂଚିଥିଲେ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ । ଯାହାକୁ ରାଜନୈତିକ ଚାଲ ବୋଲି କହୁଛନ୍ତି ବିଜେଡି ନେତା । ବିଜେପି ରାଷ୍ଟ୍ରୀୟ ସଭାପତି ପଠାଇଥିବା ୬ ଜଣିଆ ଟିମରେ ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚାର ସାଧାରଣ ସମ୍ପାଦକ ପି. ସୁଜ୍ଞାନ ରାଓ, ଆନ୍ଧ୍ରପ୍ରଦେଶ କୃଷକ ମୋର୍ଚ୍ଚା ସଭାପତି ପୁଡ୍ଡି ଚିରୁପତି ରାଓ, କିଷାନ ମୋର୍ଚ୍ଚା ଉପସଭାପତି ମହେଶ୍ୱର ସାହୁ, ସମ୍ପାଦକ ଶମ୍ଭୁ କୁମାର ପ୍ରମୁଖ ଅଛନ୍ତି । ମଧ୍ୟପ୍ରଦେଶ ଧାରର ସାଂସଦ ସାବିତ୍ରୀ ବାଇ ଠାକୁର ଓ ବିହାର ଶିବାନର ସାଂସଦ ଓମପ୍ରକାଶ ଯାଦବଙ୍କ ନେତୃତ୍ୱରେ ଆସିଛନ୍ତି ଏହି ଟିମ୍ ।ବରଗଡ଼ରେ ବିଜେପିର କେନ୍ଦ୍ରୀୟ ପ୍ରତିନିଧି ଦଳ ମୃତ ଚାଷୀଙ୍କ ପରିବାରକୁ ଭେଟିଥିଲେ । ତେବେ ପାରମ୍ପରିକ ଚାଷ ଉପରେ ନିର୍ଭର କରୁଥିବା ଓଡିଶାର ପ୍ରାୟ ୭୦ ପ୍ରତିଶତ ଲୋକଙ୍କୁ ହାତଛଡା କରିବାକୁ ଚାହୁଁନାହାନ୍ତି ଦୁଇ ପ୍ରମୁଖ ରାଜନୈତିକ ଦଳ । ମରୁଡି ଓ ଚକଡା ପୋକ ଦାଉରେ ସର୍ବସ୍ୱ ହରାଇଥିବା ଚାଷୀଙ୍କୁ ନେଇ ପରସ୍ପର ଉପରେ ଦୋଷ ଲଦିବା ଆରମ୍ଭ କରିଛନ୍ତି ବିଜେଡି ଓ ବିଜେପି । ଆଉ ଏହାରି ଭିତରେ ଆଗାମୀ ୧୨ ତାରିଖରେ କ୍ଷୟକ୍ଷତି ଆକଳନ ପାଇଁ ଆସିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରତିନିଧି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

ବନ୍ଧୁଗାଁ ବ୍ଲକରେ ବିଜେଡି ଜୋନାଲ କମିଟିର ବୈଠକ ଆୟୋଜନ ଓ ଆଲୋଚନା ଚକ୍ର

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା ୬:୮:୨୦): ବନ୍ଧୁଗାଁ ବ୍ଲକର କୁଟ୍ରାବେଡା ଓ କୁମ୍ଭାରୀପୁଟ ମଧ୍ୟସ୍ତ ସ୍ଥାନରେ ବିଜେଡି ଦଳ ତରଫରୁ ପଣ୍ଡିତ ବିଷୟଙ୍କ ଏକ ଜୋନାଲ କମିଟି ଓ ଆଲୋଚନା ଚକ୍ର...

ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୬ ୵ ୮ ): କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁଁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା...

Recent Comments

%d bloggers like this: