Related Contents

୨ୟ ବର୍ଷ ପୂର୍ତ୍ତି ଅବଶରରେ ରାୟଗଡା ଜ଼ିଲ୍ଲାକୁ ୧ନମ୍ବର ଜ଼ିଲ୍ଲାଭାବେ ଗଢିବା ଜ଼ିଲ୍ଲାପାଳଙ୍କ ଲକ୍ଷ୍ୟ

ରାୟଗଡା (ଅମୁଲ୍ୟ ନିସଙ୍କ): ରାୟଗଡା ଜ଼ିଲ୍ଲାରେ ଗତ ମାର୍ଚ୍ଚ ୨୩ ତାରିଖ ୨୦୧୬ ରେ ଶ୍ରୀମତୀ ଗୁହା ପୂନମ ତାପସ କୁମାର ଭାରତୀୟ ପ୍ରସାଶନିକ ସେବାଧିକାରୀ ଦାୟିତ୍ୱ ଗ୍ରହଣ କରିଥିଲେ | ଏହି ସମୟେ ତାଙ୍କ ପାଖରେ ବହୁ ସମସ୍ୟା ଥିଲା ସେ ସବୁକୁ ସମାଧାନ କରି ବହୁ ବାଧା ବିଘ୍ନରେ ଜିଲ୍ଲାକୁ ଠିକ ରୂପେ ପରିଚାଳନା କରି ଜ଼ିଲ୍ଲାବାସୀଙ୍କ ଆପଣାର ହୋଇଛନ୍ତି |

ମହାରାଷ୍ଟ୍ରର କଲ୍ୟାଣ ଜ଼ିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଗୁହା ପୂନମ ନିଜର ଶିକ୍ଷା ମାଉଣ୍ଟ ହଲି କ୍ରଶ କନଭେନ୍ଟ ସ୍କୁଲ, କଲ୍ୟାଣ ଓ ପରେ ଭି ଜି କଲେଜ ରେ ନିଜର ଶିକ୍ଷା ସମାପ୍ତ କରି ୨୦୦୮ ରେ ଭାରତୀୟ ପ୍ରସାଶନିକ ସେବା ପରୀକ୍ଷlରେ କୃତ କାର୍ଯ୍ୟ ହୋଇଥିଲେ | ପରେ କୋରାପୁଟ ଜ଼ିଲ୍ଲାରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ | ଏହି ସମୟରୁ ହିଁ ସେ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି, ପରେ ପରେ ନୂଆପଡା ,ଝାରସୁଗୁଡା ,ଦେଓଗଡ ଜ଼ିଲ୍ଲାର ଜ଼ିଲ୍ଲାପାଳ ରୂପେ ନିଜର ଦାୟିତ୍ୱ ସମ୍ପାଦନ କରି ସେଠାକାର ଜନସାଧାରଣଙ୍କ ଅତି ଆପଣାର ହୋଇଥିଲେ | ଠିକ ସେହିପରି ରାୟଗଡ଼l ଜ଼ିଲ୍ଲା ଏକ ଘଡି ସନ୍ଧି ମୁହୁର୍ତରେ ଚାଲୁଥିବା ସମୟରେ ଜ଼ିଲ୍ଲାପାଳ ରୂପେ ଗୁହା ପୂନମ ଦାୟିତ୍ୱ ନେଇ ଜିଲ୍ଲାକୁ କିପରି ଭାବରେ ୧ ନମ୍ବର ହେବ ସେଥି ନିମନ୍ତେ ଦିନରାତି ଏକ କରି କାମକରିଚାଲିଛନ୍ତି | ଜିଲ୍ଲା ରେ କିପରି ଭାବେ ସମସ୍ତ କ୍ଷେତ୍ରରେ ପରିବର୍ତନ ଆସିବ ସେଥି ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି | ଜ଼ିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ସେ ବହୁ ପଦକ୍ଷେପ ମlନ ନେଇଥିବା କହିଥିଲେ | ରାସ୍ତାରେ ଗର୍ଭବତୀ ମହିଳା ମାନେ ପ୍ରସବ ଠାରୁ ଆରମ୍ଭ କରି ବିପଦ ଜନକ ଅବସ୍ଥାରେ କାନ୍ଧରେ ବୁହା ହୋଇ ଚିକିତ୍ସାଳୟ ଯିବା ଘଟଣା ମାନ ଗଣମାଧ୍ୟମରେ ମୁଖ୍ୟ ଖବର ପାଲଟୁଥିଲା | ଏହାମୁକାବିଲା ନିମନ୍ତେ ବାଇକ ଆମ୍ବୁଲାନ୍ସ ସେବା ଜ଼ିଲ୍ଲାର କଲ୍ୟାଣସିଂପୁର ଓ ମୁନିଗୁଡା ଠାରେ ଆରମ୍ଭ କରିଥିଲେ | ଚଳିତ ବର୍ଷ ଆଉ ୧୦ ବାଇକଆମ୍ବୁଲାନ୍ସ ଅଣାଯିବ ବୋଲି ଜ଼ିଲ୍ଲାପାଳ ପ୍ରକାଶ କରିଛନ୍ତି | ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ କିପରି ଡାକ୍ତର ନିଯୁକ୍ତି ହେବେ ସେଥି ପାଇଁ ସରକାରଙ୍କୁ ବାରମ୍ବାର ଦୃଷ୍ଟିଆକର୍ଷଣ କରାଯାଉଛି ବୋଲି ପ୍ରକାଶ କରଛନ୍ତି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର କିପରି ପୂରଣ ହେବ ଯା ଦ୍ୱାରା ରୋଗୀ ସେବାରେ ବାଧା ପ୍ରାପ୍ତ ନହେବ ସେଥି ପ୍ରତି ମୁ ସଦା ସର୍ବଦା ଚେଷ୍ଟିତ ବୋଲି କାହିଛନ୍ତି | ରାସ୍ତାଘାଟ, ପରିବହନ, ପାନୀୟ ଜଳ ଯୋଗାଣ,ଗୃହ ବଣ୍ଟନ ଭିନ୍ନକ୍ଷମ ଙ୍କ ଉନ୍ନତି ପ୍ରତି ସଦା ସର୍ବଦା ଯତ୍ନବାନ ରହନ୍ତି | ଗତ ୨ ବର୍ଷ ହେଲା ଚଇତି ପର୍ବକୁ ଅତି ଆଡ଼ମ୍ବର ସହ ପରିଚାଳନା କରି ଲୋକକଳାକୁ ପୁନର୍ଜୀବିତ କରି ବାହାର ରାଜ୍ୟର କଳାକୁ ମଧ୍ୟ ଉପସ୍ଥାପନ କରିବlରେ ଦକ୍ଷ ଭୂମିକା ନେଇଛନ୍ତି | ଗତ ବର୍ଷ କଲ୍ୟାସିଂପୁର ବନ୍ୟାରେ ଦିନ ରାତି ଲୋକଙ୍କ ପାଖରେ ରହି ଲୋକ ମାନଙ୍କ ଦୁଃଖ ଦୁର୍ଦଶା, ଦୁରକରି ଥିଲେ | ଠିକ ସେହି ପରି ସୀମାନ୍ତ ଅଂଚଳ କୁନେରୁ ଠାରେ ହୀରାଖଣ୍ଡ ଟ୍ରେନ ଦୁର୍ଘଟଣା ସମୟରେ ମଧ୍ୟ ନିଜର ପ୍ରଶାସନିକ ଅଧିକାରୀ ଓ ଜନସାଧାରଣକୁ ଧରି ତୁରନ୍ତ ପଦକ୍ଷେପ ନେଇ ଲୋକମାନଙ୍କର ମାନସ ପଟରେ ଅତି ଆପଣାର ହୋଇ ଅଛନ୍ତି ଜ଼ିଲ୍ଲା ପାଲ | ଜଣେ ମହିଳା ହୋଇ ମଧ୍ୟ ନିଜର ସମସ୍ତ କର୍ମଚାରୀଙ୍କୁ ନେଇ ସେବା କାର୍ଯ୍ୟରେ ରାତି ସାରା ଲାଗି ପଡ଼ିଥିଲେ | ସେଥି ପାଇଁ ଆଜି ରାୟଗଡାବାସି ଜ଼ିଲ୍ଲାପାଳଂକୁ ନିଜର ମା ରୂପେ ଗ୍ରହଣ କରିଛନ୍ତି | ପିଲାଯେତେବଳେ ମା କୁ କ୍ଷୀର ମାଗେ ସେତେବେଳେ ମା କ୍ଷୀର ପ୍ରଦାନ କରିଥାଏ | ଠିକ ସେହି ଭଳି ଜ଼ିଲ୍ଲାପାଳ ଆମର ମା ବୋଲି ଜ଼ିଲ୍ଲା ବlସି ମତବ୍ୟକ୍ତ କରି କହିଛନ୍ତି ଆମ୍ଭେ ଯେଉସମୟରେ ଜ଼ିଲ୍ଲାପାଳଙ୍କୁ ଆମର ସମସ୍ୟା ଜଣାଇଲେ ତାହାର ସମାଧାନ ହୋଇଯାଉଛି | ଏଥି ପୂର୍ବରୁ ଆମେ ବହୁ ଜ଼ିଲ୍ଲାପାଳଂକୁ ଦେଖିଚୁ, ଅଭିଯୋଗ କରିଛୁ ମାତ୍ର ତାହା ନାଲିକପଡା ତଳେ ବନ୍ଧା ହୋଇ ରହିଯାଇଛି | ତେଣୁ ଆଜି ରାୟଗଡାର ପ୍ରତ୍ୟକ ବ୍ୟକ୍ତି ଛୋଟ ରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ନିଁଜ଼ର ମା ଭଳି ମଣୁଛନ୍ତି | ଠିକ ସେହି ପରି ଗତ ତ୍ରିସ୍ତରୀୟ ପଂଚାୟତ ଇଲେକ୍ସନ ସମୟରେ କଲ୍ୟାଣସିଂପୁର ର ପରଶାଲୀ ପଂଚାୟତରେ ଦୁର୍ଗମ ମାଓବାଦୀ ପ୍ରବଣ ଅଂଚଳରେ ମଧ୍ୟ ସୁରୁଖୁରୁରେ ତ୍ରିସ୍ତରୀୟ ପଂଚାୟତ ଭୋଟ ପରିଚାଳନା କରିଥିଲେ | ଯା ଦ୍ୱାରା ଲୋକେ ନିର୍ଭୟରେ ନିଜର ମତ ସାବ୍ୟସ୍ତ କରିଥିଲେ | ଜନସାଧାରଣଙ୍କ କାର୍ଯ୍ୟ କିପରି ସୁଚାରୁ ରୂପେ ପରିଚାଳନା ହେବ ସେଥି ପାଇଁ ଅଧିକାରୀ ମାନଙ୍କୁ କଡା ତାଗିଦ ମଧ୍ୟ କରୁଛନ୍ତି | ବିଶୃଙ୍ଖଳା କରୁଥିବା କର୍ମଚାରୀଙ୍କ ବିରୋଧରେ ମଧ୍ୟ କଡା ପଦକ୍ଷେପ ନିଅନ୍ତି | ସମସ୍ୟା ବହୁତ ସବୁ ସମାସ୍ୟା ସମାଧାନ ଜଣେ ବ୍ୟକ୍ତି କରି ଦେବ ତାହା ନୁହେଁ ତଥାପି ଗତ ୨ ବର୍ଷରେ ଜ଼ିଲ୍ଲାର ବହୁ ଉନ୍ନତି ସାଧିତ ହୋଇଛି | ଆଗକୁ ମଧ୍ୟ ଜ଼ିଲ୍ଲାପାଳଂକ ନିକଟରେ ବହୁ ସମସ୍ୟା ଅଛି, ଏହାର ସମାଧାନ ପାଇଁ ସେ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି |ଏହି ଜିଲ୍ଲାକୁ ୧ ନମ୍ବର ଜ଼ିଲ୍ଲା ରୂପେ ଗଢିବା ମୋର ଲକ୍ଷ୍ୟ କିନ୍ତୁ ଜନସାଧାରଣଙ୍କ ସହଯୋଗ ନିହାତି ଆବଶ୍ୟକ | ଏଣୁ ଆପଣମାନେ ଜ଼ିଲ୍ଲା ପ୍ରଶାସନକୁ ସହଜ କରନ୍ତୁ ବୋଲି ଜ଼ିଲ୍ଲାପାଳ ନିବେଦନ କରଛନ୍ତି |

Comments are closed.