Related Contents

ପାନୀୟ ଜଳ ସମସ୍ୟା ସମାଧାନ ଦାବିରେ ଲୋଇସିଂହା ବ୍ଲକ ଅଫିସ ଘେରାଉ

ଲୋଇସିଂହା (ସରୋଜ ବିଶ୍ୱାଳ/ବିମଳେନ୍ଦୁ ସାହୁ): ଲୋଇସିଂହା ସହରରେ ପିଇବା ପାଣି ସମସ୍ୟାର ସମାଧାନ ଦାବିରେ ଆଜି ଲୋଇସିଂହା ବାସିନ୍ଦା ତଥା ବ୍ଲକ କଂଗ୍ରେସ ତରଫରୁ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବା ସହିତ ଶତାଧିକ ମହିଳା ଗରା ମାଠିଆ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଓଭରହେଡ ପାଣିଟାଙ୍କିକୁ ଶୀଘ୍ର କାର୍ଯ୍ୟକାରୀ କରାଯିବା, ନିୟମିତ ଭାବେ ପର୍ଯ୍ୟାପ୍ତ ପାଣି ଯୋଗାଣ, ଅଚଳ ଷ୍ଟାଣ୍ଡ ପୋଷ୍ଟ ମରାମତି, ଗରିବ ପରିବାରକୁ ମାଗଣାରେ ପାଣି ଯୋଗାଣ ତଥା ବେଆଇନ ପାଣି ସଂଯୋଗ କୁ ଚିହ୍ନଟ କରି ତାକୁ ବନ୍ଦ କରାଯିବା ଦାବିରେ ଲୋଇସିଂହା ବିଡ଼ିଓଙ୍କ ଜରିଆରେ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରାଙ୍କ ନେତୃତ୍ୱରେ ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଟଂକାଧର ଗଡ଼ତ୍ୟା, ପୂର୍ବତନ ସରପଂଚ ନବକିଶୋର ନାୟକ, ଗିରୀଶ ମହାରଣା, ବିଭୁତି ପଧାନ, ଲଲମାନ ନାଗ, ଶିବକୁମାର ଅଗ୍ରୱାଲଙ୍କ ସମେତ ଶତାଧିକ ମହିଳା ଏଥିରେ ସାମିଲ ଥିଲେ ।

Comments are closed.