ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟ ରେ ପ୍ଲାଷ୍ଟିକ ବର୍ଜନ ଓ କରୋନା ପ୍ରତିରୋଧକ ସାମଗ୍ରୀ ବଣ୍ଟନ

0
303

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୨/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତ ର ଶ୍ୟାମାସୁନ୍ଦର ପୁର ଗ୍ରାମରେ ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟ ରେ ଆଜି ସକାଳେ ପ୍ଲାଷ୍ଟିକ ବର୍ଜନ ଓ ମାସ୍କ, ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି |

ପବିତ୍ର ଗାନ୍ଧୀ ଜୟନ୍ତୀ ଅବସର ରେ ବୌଦ୍ଧ ଜିଲ୍ଲା ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟ ରେ ସ୍ୱେଚ୍ଛାସେବୀ ମନୋଜ ଭୋକ୍ତା ଙ୍କ ନେତୃତ୍ୱ ରେ ଶ୍ୟାମସୁନ୍ଦର ପୁର ଗ୍ରାମ ର ମାରୁତି କ୍ଳବ ତରଫରୁ ଶ୍ୟାମ ସୁନ୍ଦର ପୁର ଗ୍ରାମ ରେ ପ୍ଲାଷ୍ଟିକ ବର୍ଜନ ଏବଂ ମାକ୍ସ, ସାନିଟାଇଜର ବଣ୍ଟନ କରିଥିଲେ |

ଏହି ପ୍ଲାଷ୍ଟିକ ବର୍ଜନ ଓ କରୋନା ପ୍ରତିରୋଧକ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ରେ ମାରୁତି କ୍ଳବ ର ସଭାପତି ମନୋଜ ଭୋକ୍ତା, ସମ୍ପାଦକ ପୁରସ୍ତମ ମାହାର, କ୍ଳବ ର ସଭ୍ୟ ସଲିଳ, ସାଗର, ବାବୁଲି, ଅଲମାନ, ତାପସ, ସାବତ, ରାଜେଶ ଶିଖିଲ ଏହି କାର୍ଯ୍ୟକ୍ରମ ରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ |