Advertisements
Sunday, July 5, 2020
Home Development ମନ୍ତ୍ରୀ ପରିଷଦ ବୈଠକ-୧୦ଟି ସଫଳତା ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ,୧୮ ବର୍ଷର ଶାସନକୁ ନେଇ ପ୍ରଶ୍ନ-ପିସିସି

ମନ୍ତ୍ରୀ ପରିଷଦ ବୈଠକ-୧୦ଟି ସଫଳତା ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ,୧୮ ବର୍ଷର ଶାସନକୁ ନେଇ ପ୍ରଶ୍ନ-ପିସିସି

ନବୀନ ସରକାରଙ୍କ ଚତୁର୍ଥ ପାଳିର ୪ବର୍ଷ ଅବସରରେ ସଚିବାଳୟରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ୧୦ଟି ସଫଳତା ବଖାଣିଛନ୍ତି । ଓଡିଆ ଭାଷାର ଉନ୍ନତ ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ।୨୪ ଲକ୍ଷ କଚା ଘରକୁ ପକ୍କା କରାଯାଇଛି । ୪ବର୍ଷରେ ୧୭ ଲକ୍ଷ ପକ୍କା ଘର ନିର୍ମାଣ କରାଯାଇଛି । ବସ୍ତି ବାସିନ୍ଦାଙ୍କୁ ପଟ୍ଟା ବଂଟନ ପାଇଁ ଐତିହାସିକ ପଦକ୍ଷେପ ନିଆଯାଇଛି । ଦକ୍ଷତା ବିକାଶ କ୍ଷେତ୍ରରେ ଓଡିଶା ଆଗରେ ରହିଛି । ୯ ଲକ୍ଷ ଯୁବକଯୁବତୀଙ୍କୁ ସାବଲମ୍ବୀ କରାଯାଇଛି । ଆଉ ୧୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ । ସେହିପରି କ୍ରୀଡା କ୍ଷେତ୍ରରେ ଦେଶରେ ଓଡିଶା ପ୍ରତିଧ୍ୱନିତ କରୁଛି । ଏହା ସହ ଥ୍ରୀଡି ଉପରେ ଗୁରୁତ୍ୱରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ନବୀନ ସରକାରଙ୍କ ଚତୁର୍ଥ ପାଳିର ୪ବର୍ଷ ପୂରଣ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ବିଜେଡିର ୧୮ ବର୍ଷର ଶାସନକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଓଡିଶାରେ ବେକାରୀ ବଢିଛି ,ଚାଷୀ ମାନଙ୍କ ଦୁର୍ଦ୍ଦଶା ବଢିଛି । ଆଦିବାସୀ ଦଳିତଙ୍କ ଅବସ୍ଥାରେ କୌଣସି ପରିବର୍ତନ ହୋଇନଥିବା ବେଳେ ରାଜ୍ୟରେ ନାରୀ ମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି ବୋଲି ନିରଂଜନ କହିଛନ୍ତି । ଏହା ସହ ଚାଷୀଙ୍କ ସମସ୍ୟାକୁ ନେଇ କଣ ସ୍ୱତନ୍ତ୍ର ଯୋଜନା କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ମହାନଦୀ କ୍ଷେତ୍ରରେ ମଧ୍ୟରେ ରାଜ୍ୟ ସରକାରଙ୍କ ଭୁମିକାକୁ ସେ ସମାଲୋଚନା କରିଛନ୍ତି ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: