ଘରେ ବସି ମୋବାଇଲରେ ଆବେଦନ କରନ୍ତୁ ଲେବର କାର୍ଡ : ପାଇବେ ବହୁତ ସୁବିଧା

0
177

ରିପୋର୍ଟ : ଓଡିଶା ନୁୟଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୦୨/୧୦) : ଆମ ରାଜ୍ୟ ସରକାର ସବୁବେଳେ ଆମ ରାଜ୍ୟର ଉନ୍ନତି ପାଇଁ କାର୍ଯ୍ୟ କରି ଆସିଛନ୍ତି, ଆମ ରାଜ୍ୟର ଗରିବ ଲୋକମାନଙ୍କର ଅସୁବିଧାକୁ ବୁଝିଛନ୍ତି ଆଉ ଗରିବ ଲୋକମାନଙ୍କୁ ସେମାନଙ୍କର ଦୁଃଖରୁ ବାହାରକୁ ଆଣିଛନ୍ତି । ତେବେ ସେହିସବୁ ଯୋଜନାରେ ଏବେ ଆଉ ଏକ ନୂଆ ଯୋଜନା ସରକାର ଲାଗୁ କରିଛନ୍ତି, ତାହା ହେଉଛି ଲେବର୍ କାର୍ଡ । ଘରେ ବସି ମୋବାଇଲରେ ଆବେଦନ କରନ୍ତୁ ଲେବର କାର୍ଡ |

ଆବେଦନ କରିବା ପାଇଁ ଆପଣଙ୍କୁ ଘରେ ବସି ମୋବାଇଲରେ କୌଣସି ଏକ ବ୍ରାଉସରରେ ‘ଲେବର କାର୍ଡ ଓଡିଶା’ ଲେଖି ସର୍ଚ୍ଚ ମାରିବାକୁ ହେବ । ଏହାପରେ ଆସୁଥିବା ପ୍ରଥମ ଲିଙ୍କ ଉପରେ ଆପଣ କ୍ଲିକ କଲେ ଲେବର କାର୍ଡ ଆବେଦନ କରିବା ପେଜ୍ ବା ସାଇଟ ଖୋଲିଯିବ । ଆପଣଙ୍କୁ ପ୍ରଥମେ ଏହି ପେଜ୍କୁ ଡାଉନଲୋଡ କରିବାକୁ ହେବ ଓ ଆବେଦନ ପତ୍ରରେ ମାଗିଥିବା ଆବେଦକଙ୍କ ସମସ୍ତ ଆବଶ୍ୟକୀୟ ତଥ୍ୟ ଦେବାକୁ ପଡିବ । ଏଥିସହିତ ସେଠାରେ ମଗାଯାଇ ଥିବା ନିଜର କିଛି ପରିଚୟ ପ୍ରମାଣ ପତ୍ର ମଧ୍ୟ ଅପଲୋଡ କରିବାକୁ ହେବ ।

ସମସ୍ତ ତଥ୍ୟ ସଠିକ ଭାବେ ପୂରଣ ହୋଇଛି କି ନାହିଁ ଦେଖିବା ପରେ ଆବେଦନ ପତ୍ର ସବମିଟ୍ କରିବାକୁ ହେବ ଓ ତାପରେ ଆବେଦନ ପତ୍ରର ଏକ ପ୍ରିଣ୍ଟ କପି ଆପଣଙ୍କୁ ନେଇ ଲେବର କାର୍ଡ ଅଫିସରେ ଦାଖଲ କରିବାକୁ ହେବ । ଏହାପରେ ଆପଣ ଏହି ଯୋଜନା ପାଇଁ ଯୋଗ୍ୟ ଅଟନ୍ତି କି ନାହିଁ ଏହା ତଦନ୍ତ କରିବା ପାଇଁ ଆପଣଙ୍କ ପାଖକୁ କିଛି ସରକାରୀ କର୍ମଚାରୀ ଆସିବେ । ସେମାନଙ୍କ ତଦନ୍ତ ପରେ ଆପଣ ଯୋଗ୍ୟ ବିବେଚିତ ହୋଇଥିଲେ ଆପଣଙ୍କୁ ଏହି ଲେବର କାର୍ଡ ପ୍ରଦାନ କରାଯିବ ।

ଏହି କାର୍ଡ ପାଇଁ ଯୋଗ୍ୟ ଥିବା ଗରିବ ଶ୍ରମିକ ମାନେ ଏହାର ସୁବିଧା ପାଇ ପାରିବେ, ଏଥିପାଇଁ ଯୋଗ୍ୟ ଥିବା ଶ୍ରମିକଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ତାଙ୍କୁ ଏହି କାର୍ଡ ଦ୍ୱାରା ସହାୟତା କରାଯିବ । ଶ୍ରମିକଙ୍କ ପରିବାରକୁ ମଧ୍ୟ ପ୍ରାକୃତିକ ସମସ୍ୟା ସମୟରେ ମଧ୍ୟ ସହାୟତା ଦିଆଯିବ ।

ତେବେ ଏହି ଯୋଜନାର ଫାଇଦା ଉଠାଇବା ପାଇଁ ଆପଣଙ୍କୁ ଅନ୍ଲାଇନ୍ ଆବେଦନ କରିବାକୁ ପଡିବ ନହେଲେ ଆପଣ ଅନ୍ୟ କିଛି ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ, ଏଥିପାଇଁ ଆବେଦନ କରିବାକୁ ହେଲେ ଆପଣ ପ୍ରଥମେ ଏକ ଶ୍ରମିକ ହୋଇଥିବା ଆବଶ୍ୟକ ।