Related Contents

ଯୁକ୍ତ୨ବିଜ୍ଞାନରେ ମହର୍ଷି ଗୁରୁକୁଳ ଛାତ୍ରୀ ହିରଣ୍ମୟୀ ଜ଼ିଲ୍ଲା ଟପ୍ପର-ରାୟଗଡା

ରାୟଗଡା (ଅମୁଲ୍ୟ ନିସଙ୍କ) : ଯୁକ୍ତ ୨ ବିଜ୍ଞାନରେ ରାୟଗଡା ଜ଼ିଲ୍ଲାରେ ପାସ ହାର ୬୭% ଥିବାବେଳେ ପଦ୍ମପୁର ତ୍ରିବେଣୀ କଲେଜ ସମ୍ପୂର୍ଣ ୧୦୦%ରଖି ସମସ୍ତ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି |

ଚଳିତ ବର୍ଷ ଜ଼ିଲ୍ଲାର ସର୍ବମୋଟ ୧୬୨୪ ଆବେଦନ କରିଥିଲେ କିନ୍ତୁ ୧୫୯୧ ଜଣ ହିଁ ପରୀକ୍ଷା ଦେଇଥିଲେ, ସେଥିମଧ୍ୟରୁ ଅସାଧୁ ଉପାୟରେ ପରୀକ୍ଷା ଦେଉଥିବା ୨୦ ଛାତ୍ର ଛାତ୍ରୀ ଧରାପଡ଼ିଥିଲେ | ପ୍ରକାଶିତ ଫଳାଫଳ ଅନୁସାରେ ୧୦୬୬ ଜଣ ପାସ କରିଛନ୍ତି ସେଥିମଧ୍ୟରୁ ୧୫୨ ଜଣ ପ୍ରଥମ ଶ୍ରେଣୀ, ୨୪୪ ଦ୍ଵିତୀୟ ଶ୍ରେଣୀ, ୬୬୦ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି | ୧୦ ଜଣ କମ୍ପାର୍ଟମେଣ୍ଟରେ କୃତକାର୍ଯ୍ୟ ହୋଇଛନ୍ତି | ଜ଼ିଲ୍ଲାର ସମସ୍ତ ସରକାରୀ ମହାବିଦ୍ୟାଳୟର ପାସ ହାର ନୈରାଶ୍ୟ ଜନକ ଥିବାବେଳେ ବେସରକାରୀ କଲେଜର ପରିଣାମ ବହୁତ ଉଚ୍ଚକୋଟୀର ରହିଛି | ଗୁଣୁପୁର ମହର୍ଷି ଗୁରୁକୁଳ ଯୁକ୍ତ୨ ବିଜ୍ଞାନ ଛାତ୍ର ଛାତ୍ରୀ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି | ଜ଼ିଲ୍ଲାର ପ୍ରଥମ ୧୦ ଜଣକ ମଧ୍ୟରୁ ଏହି ଅନୁଷ୍ଠାନର ୮ଜଣ ପିଲା ରହିଛନ୍ତି, ସେଥିମଧ୍ୟରୁ କଲେଜର ହିରଣ୍ମୟୀ ସେନାପତି ୫୦୪ ମାର୍କ ରଖି ଜ଼ିଲ୍ଲାର ଟପ୍ପର ହୋଇଛନ୍ତି | ସେହିପରି ଏହି ଗୁରୁକୁଳ କଲେଜର ଗୀତାଞ୍ଜଳି ଦାସ ୪୯୦ରଖି ତୃତୀୟ, ତପସ୍ୱିନୀ ପଣ୍ଡା ୪୮୯ ରଖି ୪ର୍ଥ, ଅଭିଶେଖ ପାଣିଗ୍ରାହୀ ୪୮୭ ରଖି ୫ମ,ବୃନ୍ଦାବନ ଚନ୍ଦ୍ର ପାଣିଗ୍ରାହୀ ଓ ଲିପୁନ କହଁର ଯୁଗ୍ମଭାବେ ୪୭୩ ରଖି ୭ମ, ଜେ ଲଲାଟ ପ୍ରିୟ ୪୬୮ ରଖି ୮ମ, ଗାୟତ୍ରୀରାଣୀ ପଣ୍ଡା ୪୬୭ ରଖି ୯ମ, ମନୋଜ କାନପାଲି ୪୬୬ ରଖି ୧୦ମ, ଯୁକ୍ତ ୨ ଶାନ୍ତିନିକେତନ ମହାବିଦ୍ୟାଳୟର କେ ଭିନିସା ୪୯୩ ରଖି ୨ୟ, ପଦ୍ମପୁର ତ୍ରିବେଣୀ କଲେଜର କେ ପବନ କୁମାର ୪୮୦ ରଖି ୬ଷ୍ଠ ସ୍ଥାନ ଅଧିକାର କରିଛନ୍ତି | ଗୁଣୁପୁର ମହର୍ଷି ଗୁରୁକୁଳ କଲେଜର ମୋଟ ୧୬୨ ଜଣ ପିଲାଙ୍କ ମଧ୍ୟରୁ ୧୫୩ ଜଣ ଉତୀର୍ଣ୍ଣ ହୋଇଛନ୍ତି | ସେଥିମଧ୍ୟରୁ ୬୧ ପ୍ରଥମ ଶ୍ରେଣୀ ,୪୯ ୨ୟ ଶ୍ରେଣୀ, ୪୪ ୩ୟ ଶ୍ରେଣୀରେ ଉତ୍ତୀର୍ଣ ହୋଇଛନ୍ତି ବୋଲି ସଭାପତି ସନ୍ତୋଷ ପଣ୍ଡା ଜଣାଇଛନ୍ତି |

ଅନ୍ୟପକ୍ଷରେ ରାୟଗଡା ସ୍ୱୟଂ ଶାଶିତ କଲେଜର ୨୬୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ କିନ୍ତୁ ୧୫୨ ଉତୀର୍ଣ୍ଣ ହୋଇଛନ୍ତି | ସେଥିମଧ୍ୟରୁ ୧୯ଜଣ ପ୍ରଥମ, ୮୧ ଜଣ ୨ୟ ଶ୍ରେଣୀରେ,୮୧ ଜଣ ୩ୟ ଶ୍ରେଣୀରେ କୃତ କାର୍ଯ୍ୟ ହୋଇଛନ୍ତି ଯାହା ଅନୁଷ୍ଠାନ ଅଧକ୍ଷ ସୂର୍ଯ୍ୟ ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି | ସେହିପରି ଭାରତୀ କଲେଜରେ ୪୯ ଜଣଙ୍କ ମଧ୍ୟରୁ ୩୫ ଜଣ ପାସ କରିଛନ୍ତି, ତନ୍ମଧ୍ୟରୁ ୨ଜଣ ପ୍ରଥମ, ୧୫ ଜଣ ୨ୟ, ୧୮ ଜଣ ୩ୟ | ଗୁଡାରି କଲେଜରୁ ୫୭ ଜଣକ ମଧ୍ୟରୁ ୨୨ଜଣ କୃତକାର୍ଯ୍ୟ |୨ୟ ଶ୍ରେଣୀରେ ଜଣେ, ୩ୟ ଶ୍ରେଣୀରେ ୨୧ ଜଣ |ରାୟଗଡା ମହିଳା ମହାବିଦ୍ୟାଳୟରୁ ୭୧ ଜଣରୁ ୨୧ ଜଣ ପାସ କରିଛନ୍ତି , ସେଥିମଧ୍ୟରୁ ୨ ଶ୍ରେଣୀରେ ଜଣେ ୩ୟ ଶ୍ରେଣୀରେ ୨୦ ଜଣ | ଗୁଣୁପୁର ସରକାରୀ ମହାବିଦ୍ୟଳରୁ ୧୩୭ ଜଣକ ମଧ୍ୟରୁ ୬୦ ଜଣ ପାସ କରିଥିବା ବେଳେ ସେଥିମଧ୍ୟରୁ ଜଣେ ପ୍ରଥମ ୨ୟ ଶ୍ରେଣୀରେ ୧୬ଜଣ ୩ୟ ଶ୍ରେଣୀରେ ୪୩ ଜଣ ଓ ଗୁମୁଡା ମହାବିଦ୍ୟାଳୟରୁ ୨୩ ଜଣକ ମଧ୍ୟରୁ ୧୦ଜଣ ସେଥିମଧ୍ୟରୁ ୨ଜଣ ପ୍ରଥମ ୧ଜଣ ୨ୟ ୭ଜଣ ୩ୟ ସେହିପରି ପଦ୍ମପୁର ସ୍ଥିତ ତ୍ରିବେଣୀ ବିଜ୍ଞାନ ମହାବିଦ୍ୟାଳୟର ୫୮ ଜଣ ଛାତ୍ର ଛାତ୍ରୀ ପରକ୍ଷା ଦେଇଥିଲେ ସମ୍ପୂର୍ଣ ଭାବେ ୫୮ ଜଣ କୃତ କାର୍ଯ୍ୟ ହୋଇଛନ୍ତି | ସେଠି ମଧ୍ୟରୁ ୨୮ଜଣ ପ୍ରଥମ ଶ୍ରେଣୀ ୨୦ଜଣ ୨ୟ ଶ୍ରେଣୀ, ୧୦ ଜଣ ୩ୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବାର ସୂଚନା  ସାକାରାକାନ୍ତ ଜେନା ଜଣାଇଛନ୍ତି ସରକାରୀ ମହାବିଦ୍ୟାଳୟ ମାନଙ୍କରେ ସମସ୍ତ ପ୍ରକାର ସୁବିଧା ଥିବା ସମୟରେ ଛାତ୍ର ଛାତ୍ରୀଙ୍କ କୃତ କାର୍ଯ୍ୟ ହାର ବହୁ ପରିମାଣରେ କମିବାରୁ ଅଭିଭାବକ ମହଲରେ ଘୋର ଚିନ୍ତାର କାରଣ ହୋଇଛି  | ଏଠି ପ୍ରତି ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବା ନିମନ୍ତେ ଜନସାଧାରଣ ରେ ଦାବି ହେଉଛି |

Comments are closed.