Related Contents

ଅସହାୟ ମହିଳା ଙ୍କ କରୁଣ ନିବେଦନ -ମାଲକାନଗିରି

ମାଲକାନଗିରି : ଏହି ଦୃଶ୍ୟ ହେଲା ମାଲକାନଗିରି କୋରୁକୁଣ୍ଡ ବ୍ଲକ ଅନ୍ତର୍ଗତ ଚିତlପରୀ III ପଂଚାୟତ M.V.104 ଗ୍ରାମର ଜଣେ ଅସହାୟ ମହିଳାଙ୍କର |

ଏହି ମହିଳାଙ୍କ ସ୍ୱାମୀ ଦୀର୍ଘ ୧୦ବର୍ଷ ହେଲା ସ୍ୱର୍ଗ ବାସ ହୋଇ ଯାଇଛି ତତ ସହ ତାଙ୍କର କେହି ଆଉ ପୁଅ ଝିଅ ନ ଥିବାରୁ ଏ ଦୁନିଆରେ ସେ ଏକା ହୋଇ ଜୀବନ ଜାପାନ କରୁଛନ୍ତି |ହେଲେ ଦୀର୍ଘ ୨ବର୍ଷ ହେବ ଏହି ମହିଳାଙ୍କ ଗୋଟିଏ ହାତ ଭାଙ୍ଗି ଯାଇଥିବାରୁ ସେ କୌଣସି କାମ କରିବାକୁ ସକ୍ଷମ ହେଇ ପାରୁନାହାନ୍ତି | ସେ ଏକ ଅନେକ ଡାକ୍ତରଖାନା କୁ ଯାଇ ଫେରିସାରିଲେଣି ହେଲେ ତାଙ୍କ ହାତ ଆଉ ଠିକ ହେଉନି କାରଣ ଡାକ୍ତର ଙ୍କ କହିବା ଅନୁସାରେ ବହୁତ ଟଙ୍କା ଦରକାର ହେବ ବୋଲି ଜାଣି ସେ ନିରାଶ ହୋଇ ଫେରି ଆସିଥିଲେ କାରଣ ତାଙ୍କର ନିଜସ୍ୱ ପାଖରେ ଛୋଟ ଚାଲ ଘରକୁ ଛାଡି ଆଉ କିଛି ନାହିଁ | ସେଥିପାଇଁ ସେ ଆମ ଚ୍ୟାନେଲ ମାଧ୍ୟମରେ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ଯଦି କେହି ସେ ହୃଦୟ ବ୍ୟକ୍ତି କିଛି ଆର୍ଥିକ ସହାୟତା ଦେଲେ ସେ ଟଙ୍କା ପାଖରେ ଚିର ୠଣୀ ହେବେ | ଏହି ବିଶ୍ୱାସ ରେ ସେ ନିଜ ଦୁଃଖ କୁ ସାଧାରଣ ଜନସାଧାରଣଙ୍କ ପାଖରେ ଅପିଲ କରିଛନ୍ତି |

Comments are closed.