ଭୟାବହ ଅଗ୍ନିକାଣ୍ଡ ଘଟି ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି

0
212

ରିପୋର୍ଟ : ଜଗଦୀଶ ଦାସ //
ରାଇକିଆ,(୩୦/୦୯) : ଗୁରୁବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟି ରାଇକିଆ ମୁଖ୍ୟ ରାସ୍ତା କଡ଼ରେ ଥିବା ପାଖାପାଖି ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି ।a011e41d d3a0 4253 a97f 948098f5a792 ଭୟାବହ ଅଗ୍ନିକାଣ୍ଡ ଘଟି ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି

ବିବରଣିରୁ ପ୍ରକାଶ ଯେ ଦୀର୍ଘ ଦିନ ଧରି ବନ୍ଦ ଥିବା ଏକ ଷ୍ଟେସେନାରୀ ଓ ଗିଫ୍ଟ ଦୋକାନରୁ ପ୍ରଥମେ ନିଆଁ ବାହାରି ଦେଖୁଦେଖୁ ପାଖରେ ଥିବା ଅନ୍ୟ ଦୋକାନରେ ନିଆଁ ବ୍ୟାପି ଯାଇଥିଲା । ଭୟାବହ ଅଗ୍ନିକାଣ୍ଡ ଘଟି ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ଖବର ପାଇ ରାଇକିଆ ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଅଗ୍ନିଶମ ଗାଡିର ପାଣି ଶେଷ ହୋଇଯିବାରୁ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଦେଇଥିବା ବେଳେ ପୁଣି ଅଗ୍ନିଶମ ବିଭାଗ ପାଣି ଆଣି ନିଆଁ ଲିଭାଇବା କାର୍ଯ୍ୟ ଚାଲୁ ହେବାରୁ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ଏହି ଘଟଣାରେ କେହି ଆହାତ ହୋଇ ନ ଥିବା ଜଣାପଡିଛି । ହେଲେ ନିଆ କିପରି ଲାଗିଲାପ୍ରକୃତ କାରଣ ଜଣା ପଡିନାହିଁ।