Related Contents

ପ୍ରସିଦ୍ଧ ବରଗାଁ ବାଲିଯାତ୍ରା ଉଦ୍ଯାପିତ

କୋଷଗୁମୁଡା(ସଂଯୁକ୍ତା ରାଉତରାୟ): ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ବ୍ଲକ ଉକିଆପଲ୍ଲୀ ପଂଚାୟତ ଅନ୍ତର୍ଗତ ବରଗାଁ ଠାରେ ଗତ ତିନି ମାସ ଧରି ଚାଲିଥିବା ମା ଠାକୁରାଣୀ ଓ ଭୀମ ଦେବତାଙ୍କ ବାଲିଯାତ୍ରା ଉଦ୍ଯାପିତ ହୋଇଯାଇଛି |

ମୁଖ୍ୟ ପୂଜକ ମୁନୀରଂ ପୂଜାରୀ, ଛତିଶଗଡ଼ ମୁଲିର ଗୁରୁମାଇ, ଡ଼ସପାଲିର ସଖା ସାକ୍ଷୀଙ୍କୁ ତତ୍ୱାବଧାନରେ ମା ଭଣ୍ଡାରୁଣୀ ଠାକୁରାଣୀଙ୍କ ପୂଜାର୍ଚନା କରି ବାଲି କଳସି ଧରି ଗ୍ରାମପରିକ୍ରମା  କରାଯାଇଥିଲା | ଏଥିରେ ଅଖା ପାଖ ଅଂଚଳର ପ୍ରାୟ ହଜାର ହଜାର ଲୋକ ସାମିଲ ହୋଇଥିବାବେଳେ ଲାଠି, କୂର୍ଚି,ସିରା,ପୂଜାରୀ ମାନେ ବିରାଟ ପଟୁଆରରେ ବାହାରି ହାଟପଦାରେ ପହଂଚି ଯାତ୍ରା ସମ୍ପନ୍ନ କରିଥିଲେ | ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ, ପ୍ରଶାନ୍ତ ବକ୍ସି,ଯୋଗେନ୍ଦ୍ର ସ୍ୱାଇଁ, ସରପଞ୍ଚ ଦେବରାଜ ମାଝୀ ସମେତ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉଦ୍ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ | ଲୋକଙ୍କ ମନୋରଞ୍ଜନ ନିମନ୍ତେ ଦେଶୀ ନାଟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା | ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ନବରଙ୍ଗପୁର ସିଆରପିଏଫ , ସ୍ଥାନୀୟ ପୋଲିସ ଉପସ୍ଥିତ ଥିଲେ | ବାଲିଯାତ୍ରା କମିଟି ସଭାପତି ଲକ୍ଷ୍ମୀଧର ମାଳି, ସମ୍ପାଦକ ମୁରଲୀ ମାଳି,କୋଷାଧକ୍ଷ ବଂଶୀଧର ପୂଜାରୀ ଓ ଲିଙ୍ଗରାଜ ପୂଜାରୀ ପରିଚାଳନା କରିଥିଲେ |

Comments are closed.