Related Contents

ପଦ୍ମପୁର ମେଡିକାଲ ରେ ୧୦୨ ଆମ୍ବୁଲାନ୍ସ ରହୁନି !!! ଜନନୀ ସୁରକ୍ଷା ଯୋଜନା କାହା ସ୍ୱାର୍ଥରେ ???

ପଦ୍ମପୁର(ପ୍ରଭାତ ମିଶ୍ର): ରାଜ୍ୟସରକାର ଗର୍ଭବତୀ ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ୧୦୨ ଆମ୍ବୁଲାନ୍ସ ଯୋଗାଉଛନ୍ତି, ମାତ୍ର ଏହି ଯୋଜନା ପଦ୍ମପୁର ରେ ବାଟବଣା ହେବ ଅଭିଯୋଗ ହେଉଛି |

ଏଠାରେ ୧ବର୍ଷରୁ ଉର୍ଦ୍ଧ ହେଲା ୧୦୨ ଆମ୍ବୁଲାନ୍ସ ନ ଥିଲା ମାତ୍ର ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ଗତ ୯ତାରିଖ ଦିନ ୧୦୨ ଆମ୍ବୁଲାନ୍ସ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଜିଂଜ୍ଞାସା ହେଲଥକେୟାର ଲିମିଟେଡ଼ ତରଫରୁ ୧୦୨ ଆମ୍ବୁଲାନ୍ସ ଯୋଗାଇ ଦିଆଗଲା | ମାତ୍ର ତାହା ପଦ୍ମପୁର ମେଡିକାଲ୍ରେ ରଖାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି | ଏଭଳି ପରିସ୍ଥିତିରେ ୧୦୨ ର ଜିଲ୍ଲା ଅଫିସର ସନ୍ଦୀପ ପଟ୍ଟନାୟକ ଙ୍କୁ ଫୋନ ଯୋଗେ ପଚାରି ବୁଝିବାରୁ ପଦ୍ମପୁର ମେଡିକାଲ ମୁଖ୍ୟ ଚିକିତ୍ସାଧିକାରୀ ବି.ଜୟବାବୁଙ୍କୁ ଏ ସମ୍ପର୍କରେ ଜାଣିଛୁ ବୋଲି ସେ କହିଛନ୍ତି | ତେବେ ୧୦୨ ଗାଡି ସମ୍ପର୍କରେ ଡ଼. ବି.ଜୟବାବୁଙ୍କୁ ପଚାରିବାରୁ ସେଭଳି ସରକାରୀ ଭାବେ କୌଣସି ଚିଠି ଆସିନାହିଁ କି ମେଡିକାଲରେ ମଧ୍ୟ କ୍ଵାଟର ନାହିଁ ବୋଲି ସେ କହିଛନ୍ତି |

Comments are closed.