Friday, March 29, 2024

Top 5 This Week

Related Posts

ଲୋକନୃତ୍ୟରେ ଝଲସିଲା ସାଂସ୍କୃତିକ ମଞ୍ଚ – ସୋନପୁର

ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ୨୦୨୧ ପ୍ରତିଯୋଗିତା
ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର,(୩୦/୯) : ଲୋକନୃତ୍ୟରେ ଝଲସିଲା ସାଂସ୍କୃତିକ ମଞ୍ଚ | ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ସୁବର୍ଣ୍ଣପୁର ଜିଲ୍ଲା କଳା ସଂସ୍କୃତି ସଂଘ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକ କଳା ଟ୍ରଫି ୨୦୨୧ ପ୍ରତିଯୋଗିତା କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।38690fcd 6b5f 4a8d b3c5 c8a97b585a67 ଲୋକନୃତ୍ୟରେ ଝଲସିଲା ସାଂସ୍କୃତିକ ମଞ୍ଚ - ସୋନପୁର

ଲୋକନୃତ୍ୟରେ ଝଲସିଲା ସାଂସ୍କୃତିକ ମଞ୍ଚ | କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାସ , ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାର ଗୁରୁତ୍ୱ ତଥା କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଏହି ପ୍ରତିଯୋଗିତା ଗତକାଲି ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ୬ଟି ବ୍ଲକ ଓ ୩ ଟି ପୌରାଞ୍ଚଳର ୮ଟି ବିଭିନ୍ନ ସାଂସ୍କୃତିକ ଦଳ ଭାଗ ନେଇଥିଲେ। ଅନୁଷ୍ଠିତ ଲୋକ ନୃତ୍ୟ ପ୍ରତିଯୋଗିତାରେ ବିନିକା ବ୍ଲକ ର ରୁମୁକୁଝୁମାନା ପ୍ରଥମ, କୃଷ୍ଣଗୁରୁ ଦଳ ବଡବଜାର, ସୋନପୁର ଦ୍ଵିତୀୟ, ଆଞ୍ଚଳିକ କଳାକେନ୍ଦ୍ର, ତରଭା ପୌରାଞ୍ଚଳ ତୃତୀୟ ଭାବେ ଯୋଗ୍ୟବିବେଚିତ ହୋଇଛନ୍ତି l 13ec8cef 123f 4d2e 923e 967e5b360ada ଲୋକନୃତ୍ୟରେ ଝଲସିଲା ସାଂସ୍କୃତିକ ମଞ୍ଚ - ସୋନପୁରପ୍ରତିଯୋଗିତାରେ ବିଚାରକ ଭାବେ ନାଟ୍ୟ କାର ଗଦାଧର ବାରିକ, ଯୁବ କଳାକାର ପ୍ରଦ୍ୟୁମ୍ନ ସାହୁ, ନୃତ୍ୟ ନିର୍ଦେଶକ ଚୌଧୁରୀ ବିଭାର, ଡ଼ଃ ଇତିଶ୍ରୀ ଦାସ, ଇପ୍ସିତା ମିଶ୍ର ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles