Related Contents

ନବରଙ୍ଗପୁର ଜିଲ୍ଲା ଶିଳ୍ପୀ ସମବାୟ ସମିତିର ମୁଖ୍ୟ ନାଁ ରେ ଥାନାରେ ଏତଲା

ନବରଙ୍ଗପୁର :(ଏ.ସତିଷ) ନବରଙ୍ଗପୁର ପିଲିକା ଗ୍ରାମର ମହାମୟ । ମହିଳା ସ୍ୱଂୟ ସହାୟକ ଗୋଷ୍ଠି ଆଦିବାସୀ ଅଳଙ୍କାର ବାବଦ ଟଙ୍କା ନ ମିଳିବା ନେଇ ଜିଲ୍ଲା ଶିଳ୍ପୀ ସମବାୟ ସମିତିର ମୁଖ୍ୟ ନାମରେ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦେଇଥିବା ଏତଲା ଅନୁଯାୟୀ ନବରଙ୍ଗପୁର ସ୍ଥିତ କଳା ନିକେତନର ମୁଖ୍ୟ ୫ବର୍ଷ ପୂର୍ବେ ଆଦିବାସୀ ଅଳଙ୍କାର ନିର୍ମାଣ କରିବାପାଇଁ ତାଲିମ ପ୍ରଦାନ କରିଥିଲେ। ପରେ ଆଦିବାସୀ ଅଳଙ୍କାର ନିର୍ମାଣ କରିବାକୁ କହିଥିଲେ । ଗ୍ରୁପ ମହିଳାମାନେ ମିଶି ପ୍ରାୟ ୩ ଲକ୍ଷ ଟଙ୍କାର ଅଳଙ୍କାର ସାମଗ୍ରୀ ପ୍ରସ୍ତୁତି କରି କଳା ନିକେତନର ମୁଖ୍ୟ ଅଜିତ ସାମନ୍ତରାୟ କୁ ଦେଇଥିଲେ । ସେହି ଅଳଙ୍କାର ସାମଗ୍ରୀ ଗୁଡିକୁ ଦୀର୍ଘ ୫ ବର୍ଷ ନିଜ ପାଖରେ ରଖି ୩ବର୍ଷ ତଳେ ଅଳଙ୍କାର ସାମଗ୍ରୀ ବିକ୍ରି ହେହୁନାହିଁ ଦର୍ଶାଇ ଅଳ୍ପ କିଛି ଅଳଙ୍କାର ସାମଗ୍ରୀ ଫେରାଇ ଦେଇଥିଲେ। ଅଳଙ୍କାର ସାମଗ୍ରୀ ବାବଦରେ ପ୍ରାୟ ୧ ଲକ୍ଷ ଟଙ୍କା ପାଇବାକୁ ଥିବାବେଳେ ସାମନ୍ତରାୟ ସେ ଟଙ୍କା ଦେବାକୁ ରୋକ ଠୋକ ମନା କରିଦେଇଛନ୍ତି ବୋଲି ଗ୍ରୁପର ସଭାପତି ସୁବସିନୀ ଭଟ୍ଟ ଓ ଲତା ଭଟ୍ଟ ଅଭିଯୋଗ କରିଛନ୍ତି। ବ୍ୟ।ଙ୍କରୁ ଋଣ ନେଇଥିବା ଟଙ୍କା ପରିଶୋଧ କରିପlରିନାହୁଁ ଯଦ୍ୱାରା ବ୍ୟାଙ୍କରୁ ବାରମ୍ବାର ନୋଟିସ ଆସୁଛି। ଆମ ଗ୍ରୁପର ସମସ୍ତ ପ୍ରକାର କାଗଜପତ୍ର ଓ ବ୍ୟାଙ୍କ ପାସ ବୁକ ସବୁ ରଖିଦେଇଛନ୍ତି ମାଗିଲେ ଦେଉ ନାହାନ୍ତି ବୋଲି କହିଛନ୍ତି। ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବି କରିବା ନେଇ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହନ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଦଲାଲ ମାନଙ୍କ ହସ୍ତକ୍ଷେପ ଯୋଗୁଁ ଜିଲ୍ଲାର ହସ୍ତଶିଳ୍ପୀ କାରିଗର ଲୋପ ପାଇବାକୁ ବସିଲାଣି । ପ୍ରଶାସନ ଏହି ପରି ବ୍ୟକ୍ତି ବିରେ।ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି।

Comments are closed.