ପ୍ରଥମ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଅନୁଷ୍ଠିତ

0
158

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,ତାରିଖ(୨୯/୦୯) : ସ୍ଥାନୀୟ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ( ଜିଲ୍ଲା ସଂସ୍କୃତି ଭବନ ଠାରେ ଅଦ୍ୟ ପୂର୍ବାହ୍ନ ଘ.୧୦.୩୦ ଟୀକା ସମୟରେ ପ୍ରଥମ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି – ୨୦୨୧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ପ୍ରଥମ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ

ପ୍ରଥମ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ରାଜ୍ୟକଳା ସଂସ୍କୃତି ସଂଘର ଉପସଭାପତି ଶ୍ରୀଯୁକ୍ତ ଅବନୀ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ଲୋକକଳା ଏହାର ଆବଶ୍ୟକତା ଓ ସଂଯମତାକୁ ନେଇ ଅନେକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକ୍ରମ ଓ ପଦକ୍ଷେପ ନେଇଥିବାରୁ ସମଗ୍ର ଓଡ଼ିଶାରେ ଲୋକକଳା ଓ କଳାକାର ଅଧୁକ କ୍ରିୟାଶୀଳ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥୀ ଭାବେ ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରମୋଦ କୁମାର ଦଳବେହେରା ଲୋକକଳାର ବିଭବ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ଶୁକୁ ସ୍ୱାଇଁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଭୁବନ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଶ୍ରୀଯୁକ୍ତ ଅଶୋକ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବିଭିନ୍ନ ବ୍ଲକରୁ ମନୋନୀତ ହୋଇ ଆସିଥିବା ଲୋକକଳା ଦଳଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶ୍ରୀଯୁକ୍ତ ଆର୍ଯ୍ୟରତ୍ନ ଚକ୍ରଧର ସାହୁ, ଶ୍ରୀଯୁକ୍ତ ଯାମିନୀ ରଞ୍ଜନ ଦାସ ଏବଂ ଶ୍ରୀଯୁକ୍ତ ଡମ୍ବରୁଧର ବିଶ୍ୱାଳ ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ବିଭିନ୍ନ ବ୍ଲକର ଉପସଭାପତି ଶ୍ରୀଯୁକ୍ତ ଦୁର୍ଯ୍ୟଧନ ଜେନା, ଶ୍ରୀଯୁକ୍ତ ତରୁଣ କୁମାର ପାତ୍ର, ଶ୍ରୀଯୁକ୍ତ ବିମଳ କୁମାର ବିଶ୍ୱାଳ , ଶ୍ରୀଯୁକ୍ତ ସନ୍ତୋଷ କୁମାର ସ୍ୱାଇଁ, ଶ୍ରୀଯୁକ୍ତ କପିଳେଶ୍ୱର ବେହେରା, ଶ୍ରୀଯୁକ୍ତ ପ୍ରଭାକର ନାଥ, ଶ୍ରୀଯୁକ୍ତ ବିଭୁତି ଭୂଷଣ ବିଶ୍ୱାଳ ଏବଂ ଶ୍ରୀଯୁକ୍ତ ଅଶୋକ କୁମାର ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ବିଭିନ୍ନ ବ୍ଲକରୁ ପାଇକ ଖେଳ, ଦଣ୍ଡ, ପାଲା, ଆଦିବାସୀ ନୃତ୍ୟ, ଖଞ୍ଜଣୀ ଭଜନ ପ୍ରମୁଖ ନୃତ୍ୟ ପରିବେଷଣ ହୋଇଥିଲା । ପ୍ରତିଯୋଗିତାରେ ଶ୍ରେଷ୍ଠ ଦଳ ରାଜ୍ୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତାରେ ଭାଗ ନେବେ । ପରିଶେଷରେ ଉପସ୍ଥିତ କଳାକାର ବୃନ୍ଦ, ଉପସଭାପତି, ସଂଯୋଜକ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା ।