Friday, March 29, 2024

Top 5 This Week

Related Posts

ରାତ୍ରି ସମୟରେ ଦୀର୍ଘ ମାସ ଧରି ଷ୍ଟ୍ରିଟ ଲାଇଟ ଜଳୁଣୀ : ଲୋକେ ଅସୁବିଧାର ସମ୍ମୁଖୀନ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୨୯/୦୯) : ବୌଦ୍ଧ ଜିଲ୍ଲା ହାରଭଙ୍ଗା ବ୍ଲକ ର ବାଣିଜ୍ୟକ ପେଣ୍ଠ ସ୍ଥଳୀ ପୁରୁଣାକଟକ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା | ପ୍ରସ୍ତାବିତ NAC ରେ ଏମିତି ରାତ୍ରି ସମୟରେ ଦୀର୍ଘ ମାସ ଧରି ଷ୍ଟ୍ରିଟ ଲାଇଟ ନ ଜଳିବା ଲଜ୍ୟା ଜନକ |

ପୁରୁଣା କଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପାଚେରୀ ଭିତରେ (ବସ ଷ୍ଟାଣ୍ଡ) ଥିବା ପଞ୍ଚାୟତ ଯୋଜନା ରେ ଦିଆଯାଇଥିବା ଷ୍ଟ୍ରିଟ ଲାଇଟ ଦୀର୍ଘ ମାସ ଧରି ଜଳୁନ ଥିବାରୁ ପୁରୁଣାକଟକ ବାସି ଅସନ୍ତୋଷ ପ୍ରକାଶ କରିଛନ୍ତି | ଏହି ନିର୍ଦ୍ଧିଷ୍ଟ ଯାଗାଟି ବସ ଷ୍ଟାଣ୍ଡ ହୋଇଥିବାରୁ ପ୍ରାୟ ୫ ଖଣ୍ଡ ପଞ୍ଚାୟତବାସୀ ନିର୍ଭର କରନ୍ତି ଏହି ବସ ଷ୍ଟାଣ୍ଡ ଉପରେ | ରାତ୍ରି ସମୟରେ ଦୂର ଜାଗାକୁ ଯିବା ଆସିବା କରିବା ପାଇଁ ଏହି ସ୍ଥାନଟି ଲାଇଟ ନ ଜଳୁଥିବାରୁ ସୁରକ୍ଷିତ ମଣୁନାହାନ୍ତି ଯାତ୍ରୀମାନେ |

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ରଏହି ପ୍ରୋଜେକଟ ଜଦି ଜନସାଧାରଣ ଙ୍କ କାର୍ଯ୍ୟରେ ନଲାଗେ ତାହେଲେ କାହା ପାଇଁ ଏହା ଦିଆଯାଇଛି | ଏଣୁ ତୁରନ୍ତ ପ୍ରଶାସନ ଏହାଉପରେ ଦୃଷ୍ଟି ଦେବା ଦରକାର |

Popular Articles