ପୁରୁଣାକଟକ ସ୍ଥିତ ଭୈରବୀ କ୍ଳବ ଠାରେ ଦୁର୍ଗାପୂଜା ଶୁଭଖମ୍ବ ସ୍ଥାପନ

0
255

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୨୮/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ପୁରୁଣାକଟକ ସ୍ଥିତ ଭୈରବୀ କ୍ଲବ ପୂଜା କମିଟି ପକ୍ଷରୁ ସୋମବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଛି ।

ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ସରକାରଙ୍କ ସମସ୍ତ ଗାଇଡ଼ ଲାଇନ ମାନି ପୂଜା ଅନୁଷ୍ଠିତ କରିବାକୁ କମିଟି ପକ୍ଷରୁ ନିଷ୍ପତି ନିଆଯାଇଥିବା ବେଳେ ସକାଳେ ପୂଜା କରାଯାଇ ପୁରୁଣାକଟକ ସ୍ଥିତ ଭୈରବୀ କ୍ଳବ ଠାରେ ଦୁର୍ଗାପୂଜା ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ଏଥିରେ ପୂଜା କମିଟି ସଭାପତି ଓ ସମ୍ପାଦକ ଙ୍କ ସହ ଭୈରବୀ କ୍ଳବର ସମସ୍ତ ସଭ୍ୟ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି |