Friday, March 29, 2024

Top 5 This Week

Related Posts

ପୂର୍ତ୍ତ ବିଭାଗ ରାସ୍ତା ମରଣ ଯନ୍ତା : କର୍ତ୍ତୃପକ୍ଷଙ୍କ ଉଦାସୀନତା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୮/୦୯) : କାଶୀନଗର ଭେଙ୍କଟେଶ୍ୱର ମନ୍ଦିର ଠାରୁ ଷ୍ଟେଟ ବ୍ୟାଙ୍କ ଛକ ରେ ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତି କରଣ କରିବା ପାଇଁ ରୋଡ କୁ ଖୋଳି ଦେବାରୁ ଲୋକମାନେ ନାନା ଅବସ୍ଥାରେ ଏହି ରାସ୍ତାରେ ଚାଲି ଦୁର୍ଘଟଣା ଗସ୍ତ ହେଉଥିବା ଅଭିଯୋଗ ହୋଇଛି ।

ଗତ ଏକ ମାସ ହେଲା ଏହି ମୁଖ୍ୟ ରାସ୍ତା ଖୋଳି ମେତାଲ ବାହାର କରି ଦିଆ ଯାଇଛି । ଏପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ହୋଇନାହିଁ । ବର୍ଷା ଦିନରେ ପିଚୁ ରାସ୍ତା ନିର୍ମାଣ କରିବାକୁ ନିୟମ ନଥିଲେ ମଧ୍ୟ କିଭଳି ବିଭାଗ ଅନୁମତି ଦେଲେ ତାହା ବିଚାର ଯୋଗ୍ୟ ବିଷୟ । ପୁଣି ଗୁଲାବ ବାତ୍ୟା ଫଳରେ ଏକ ଫୁଟ ଉଚ୍ଚରେ ପାଣି ଜମି ଏକ ପୋଖୋରି ର ଭ୍ରମ ସୃଷ୍ଟି କରୁଥିଲା । ଏଣୁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି ।

Popular Articles