Related Contents

ଆସନ୍ତା ୧୭ ତାରିଖରୁ ବିଜେପି କରିବ ମହିଳା ସୁରକ୍ଷା ଯାତ୍ରା

ଭୁବନେଶ୍ୱର : ରାଜ୍ୟରେ ବଢ଼ିଚାଲିଥିବା ମହିଳା ନିର୍ଯାତନାର ପ୍ରତିବାଦରେ ବିଜେପି କରିବ ମହିଳା ସୁରକ୍ଷା ଯାତ୍ରା।ଆସନ୍ତା ୧୭ ତାରିଖରୁ ଏହି ମହିଳା ସୁରକ୍ଷା ଯାତ୍ରା ଆରମ୍ଭ ହେବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହି ଅବସରରେ ରାଜ୍ୟର ପ୍ରମୁଖ ୭ଟି ମନ୍ଦିରରୁ ମହିଳା ସୁରକ୍ଷା ରଥ ବାହାରିବ। ଏହା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୧୧ ଦିନ ମଧ୍ୟରେ ମୋଟ ୪୫୦ଟି ସାଧାରଣ ସଭା କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଭାତି ପରିଡ଼ା, ସୁରମା ପାଢ଼ୀ, ରାଧାରାଣୀ ପଣ୍ଡା ଓ ଲେଖାଶ୍ରୀ ସାମନ୍ତସିଂହାର ସମେତ ଦଳର ୭ ଜଣ ପ୍ରମୁଖ ନେତ୍ରୀ ଏହି ସୁରକ୍ଷା ଯାତ୍ରାର ନେତୃତ୍ୱ ନେବେ।

Comments are closed.