Related Contents

ବାସୀ ଭୋଗ ଖାଇ ଝାଡା ବାନ୍ତିରେ ୬୪ ଆକ୍ରାନ୍ତ

ଲୋଇସିଂହା (ବିମଳେନ୍ଦୁ ସାହୁ): ଲୋଇସିଂହା ବ୍ଲକ ତଲିଉଡାର ଗାଁରେ ବାସୀ ଭୋଗ ଖାଇ 64 ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ତନ୍ମଧ୍ୟରୁ ୨୮ ଜଣଙ୍କୁ ବଲାଙ୍ଗୀର ଡାକ୍ତର ଖାନାରେ ଭର୍ତି କରାଯାଇଛି ।

ସୂଚନା ମତେ ଗ୍ରାମର ଅବଧୂତ ସାହୁଙ୍କ ଘରେ ଗତ ଶନିବାର ପୂଜାର୍ଚ୍ଚନା ପରେ କିଛି ଲୋକ ରାତିରେ ଭୋଗ ଖାଇଥିଲେ । ତେବେ ବଳକା ଭୋଗକୁ ଏକ ପିତଳ ଥାଳିରେ ରଖାଯାଇ ରବିବାର ସକାଳେ ଗାଁରେ ବଣ୍ଟl ଯାଇଥିଲା । ସେହି ଭୋଗ ଖାଇ ଲୋକେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଲୋଇସିଂହା ସ୍ଥିତ ଭ୍ରାମ୍ୟମାନ ଚିକିତ୍ସକ ଦଳ ଗ୍ରାମରେ ପହଂଚି ଚିକିତ୍ସା କରିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜଣା ଯାଇଛି ।

Comments are closed.