ପୂର୍ବତନ ମୁଖ୍ୟମନ୍ତ୍ରୀ √ବିଜୁ ପଟ୍ଟନାୟକଙ୍କ ନିକଟତର ଥିବା ସ୍ୱେଚ୍ଛାସେବୀ ପ୍ରଫୁଲ୍ଲ ମହାପାତ୍ର ଗୁରୁତର

0
142

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୮/୦୭) : ନିଜ ଛାତ୍ର ଜୀବନ ରୁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ରକ୍ତଦାନ,ଅସହାୟ ଙ୍କୁ ସହାୟତା ଯୋଗାଇଦେବା ସହ ରାଜନୀତି ରେ ସଫଳତା ହାସଲ କରିଥିବା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ √ବିଜୁ ପଟ୍ଟନାୟକଙ୍କ ନିକଟତର ଥିବା ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ହାଟପଦା ପଡ଼ା ର ପ୍ରଫୁଲ୍ଲ ମହାପାତ୍ର ଗୁରୁତର ଅବସ୍ଥାରେ ବଲାଙ୍ଗୀର ଜିଲ୍ଲା ମ୍ୟାଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଡି ଏ ଭି ମହାବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ସମୟରେ ସିଲଭର ଯୁବଲି ସଭାପତି ବା ପ୍ରେସିଡେଣ୍ଟ ହୋଇ ସୁନାମଧନ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ √ବିଜୁ ପଟ୍ଟନାୟକଙ୍କ ସହ ବେଶ ସାଙ୍ଗଠାନିକ କାର୍ଯ୍ୟ ସମ୍ପାଦନ କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପର୍ଯ୍ୟବେକ୍ଷକ ଭାବେ ନିର୍ବାଚନ ମଣ୍ଡଳୀ ଗୁଡିକର ଦାୟିତ୍ୱ ନେଇ ଆସୁଥିଲେ । ସେହିପରି ରାଜ୍ୟ ରେ ଉକ୍ତ ସମୟରେ ରକ୍ତଦାନ କେନ୍ଦ୍ର ବର୍ତ୍ତମାନ ପରି ଉପଲବ୍ଧ ନ ଥିବା ଦୂରଦୁରାନ୍ତ ର ନିର୍ଦ୍ଦିଷ୍ଟ ରକ୍ତଭଣ୍ଡାର କୁ ଯାଇ ରକ୍ତଦାନ କୁ ନେଇ ରକ୍ତଦାତା ସଙ୍ଗଠନ ସୃଷ୍ଟି କରିଥିଲେ ।

ସେ ସ୍ୱେଚ୍ଛାସେବୀ ଭାବେ ବେଶ ଲୋକପ୍ରିୟ ହୋଇପାରିଥିବା ବେଳେ ପଡୋଶୀ ରାଜ୍ୟ ଛତିଶଗଡ ରେ ଦୀର୍ଘ ବର୍ଷ ରହି ଥିଲେ । ଗତ ନୂଆଁଖାଇ ବେଳେ ସେ ନିଜ ଟିଟିଲାଗଡ଼ ସ୍ଥିତ ଘରକୁ ଆସିଥିବା ବେଳେ ହଠାତ ଅସୁସ୍ଥ ହୋଇ ଯାଇଥିଲେ । ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ବେଳେ ସେଠୁ ବଲାଙ୍ଗୀର ମ୍ୟାଡିକାଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତରିତ ହୋଇ ଅସ୍ତ୍ରୋପଚାର ବିଭାଗ ରେ ଭର୍ତ୍ତି ରହିଛନ୍ତି । ପଡ଼ିଯାଇ ତାଙ୍କ ଗୋଡ ଓ ମୁଣ୍ଡ ରେ ଗୁରୁତର ଆହତ ହୋଇଥିଲା ।

ଚିକିତ୍ସା କରୁଥିବା ଡାକ୍ତର ତାଙ୍କ ଅସ୍ତ୍ରୋପଚାର ଆବଶ୍ୟକ ଥିବା ପ୍ରକାଶ କରିଥିବା ବେଳେ ମୁଣ୍ଡ ପାଇଁ ମାନସିକ ବିଶେଷଜ୍ଞ ଯୋଗାଯୋଗ କରାଯିବ ବୋଲି କହିଛନ୍ତି । ସେ ତତ୍କାଳୀନ ରାଜ୍ୟପାଳ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ନିକଟରୁ ଓ ଜାତୀୟ ସ୍ତରରେ ଅନେକ ସରକାରୀ, ବେସରକାରୀ ଅନୁଷ୍ଠାନ ତରଫରୁ ରକ୍ତଦାନ ସହ ଅସହାୟ ଙ୍କ ସେବା ପ୍ରଦାନ କରିବା ପାଇଁ ବହୁବାର ପୁରସ୍କାର ପାଇଛନ୍ତି ।

ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ରେ ଉନ୍ନତି ଓ ସଫଳ ଅସ୍ତ୍ରୋପଚାର ପାଇଁ ବିଭିନ୍ନ ମହଲରୁ ଆରୋଗ୍ୟ ଲାଭ କାମନା କରାଯାଉଛି । ତାଙ୍କ ଆରୋଗ୍ୟ କାମନା ପାଇଁ ଜିଲ୍ଲା ଜନସେବା ସଙ୍ଘ ତରଫରୁ ବଲାଙ୍ଗୀର ଯାଦବ ଭବନ ଠାରେ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।