Related Contents

ଦିନକ ପରେ ସାବିତ୍ରୀ ଅମାବାସ୍ୟା-ଫଳର ଆକାଶଛୁଆଁ ଦର

ଧର୍ମଗଡ (ଲିଙ୍ଗରାଜ ମହାରଣା): ଆଉ ଦିନକ ପରେ ସାବିତ୍ରୀ ଅମାବାସ୍ୟା। ମାତ୍ର ଫଳ ଦୋକାନ ଗୁଡିକରେ ପୂର୍ବଭଳି ଭିଡ ପରିଲକ୍ଷିତ ହେଉନାହିଁ। କାରଣ ହେଉଛି ଫଳର ଆକାଶଛୁଆଁ ଦର ଗ୍ରାହକମାନଙ୍କୁ ଦୋକାନ  ଆଡକୁ ଯିବାକୁ ଅଟକାଉଛି।

ସାଧାରଣତଃ ସାବିତ୍ରୀ ବ୍ରତ ସମୟରେ ଗ୍ରାହକମାନେ ଅଧିକମାତ୍ରାରେ ଫଳ କିଣିଥାନ୍ତି। ମାତ୍ର ଚଳିତ ବର୍ଷ ଆଗଭଳି ଆଉ ଫଳଦୋକାନ ଗୁଡିକକୁ ଗ୍ରାହକମାନେ ଯାଉନଥିବା ଦେଖାଯାଉଛି ଏବଂ ଗତବର୍ଷ ଅପେକ୍ଷା ଚଳିତ ବର୍ଷର ଫଳର ଦର ଯଥେଷ୍ଟ ଅଧିକ ମଧ୍ୟ ରହିଛି। ସାଧାରଣତଃ ପ୍ରଥମ କରି ବିବାହ କରିଥିବା ଝିଅ ମାନଙ୍କ ପ୍ରଥମ  ସାବିତ୍ରୀ ବ୍ରତକୁ ଆଖିଆଗରେ ରଖି ବାପଘରୁ ବଡ ଆକାରରେ ଭାର ନିଆଯାଇଥାଏ। ଏହି ଭାରରେ ସବୁଠାରୁ ବଡ ଭୂମିକା ରହିଥାଏ ଫଳର। କିନ୍ତୁ ଯେଉଁଭଳି ଭାବେ ଫଳର ଦର ଆକାଶଛୁଆଁ ରହିଛି ତାକୁ ନେଇ ଏବେଠାରୁ  ଚିନ୍ତାରେ ଗ୍ରାହକ । ଗ୍ରାହକଙ୍କ  ପାଇଁ ଚଳିତ ସାବିତ୍ରୀ ବ୍ରତ ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି। ଯେଉଁ ମାନେ ବହୁବର୍ଷ ଧରି ସାବିତ୍ରୀ ବ୍ରତ କରିଆସୁଛନ୍ତି ସେମାନଙ୍କୁ ମଧ୍ୟ ଫଳ ଚିନ୍ତା ଘାରିଛି। ମୁଖ୍ୟତଃ ପର୍ବପର୍ବାଣି ଏବଂ ଓଷା ବ୍ରତ ଆଦି ଆସିଲେ ଫଳଦର ବଢିଥାଏ। ମାତ୍ର ଚଳିତବର୍ଷ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଯେଉଁ ଫଳଗୁଡିକ ଓଡିଶା ବଜାରରେ ବିକ୍ରି କରାଯାଇଛି ତାହା ମଧ୍ୟ ପଡୋଶୀ ରାଜ୍ୟରୁ ଆମଦାନୀ କରାଯାଉଥିବା ଉତ୍ପାଦନ। ଆହୁରି ମଧ୍ୟ ଚଳିତ ଋତୁରେ ଫଳର ଉତ୍ପାଦନ କମିଥିବା ବେଳେ ଚାହିଦା ଅଧିକ ରହିଛି। ଫଳରେ ଅସୁବିଧାରେ ସମ୍ମୁଖୀନ ହୋଇ ଅଧିକ ଦରରେ ଫଳ କିଣିବାକୁ ପଡୁଛି ଗ୍ରାହକଙ୍କୁ।

Comments are closed.