Related Contents

କଳାନିକେତନର ମୁଖ୍ୟ ନାମରେ ଟଙ୍କା ହଡ଼ପ ଓ ଦ୍ରୁବ୍ୟବହାର ଅଭିଯୋଗ

ନବରଙ୍ଗପୁର :(ଏ. ସତିଷ ) ନବରଙ୍ଗପୁର ସ୍ଥାନୀୟ ପ୍ରେସ କ୍ଳବ ଠାରେ ଓଁ ସାଇ ରାମ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଓ ଲାଖ ଶିଳ୍ପୀର ମହିଳା ମାନେ ମିଳିତରେ ଏକ ପ୍ରେସ ମିଟ ମାଧ୍ୟମରେ କଳା ନିକେତନର ମୁଖ୍ୟ ଅଜିତ ସାମନ୍ତରାୟ ନାମରେ ଟଙ୍କା ହଡ଼ପ ଓ ଦ୍ରୁବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି।

କଳା ନିକେତନ ଦ୍ୱାରା ଓଁ ସାଇ ରାମ ଗ୍ରୁପ ମହିଳା ମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଦର୍ଶନରେ ଭାଗ ନେଇଥିଲେ।ସେହି ବାବଦରେ ମିଳିବାକୁଥିବା ଟିଏ ଡିଏ ପ୍ରାୟ ୬୦ହଜାର ଟଙ୍କା ପାଇ ନଥିବା ଅଭିଯୋଗ କରିଛନ୍ତି।ଏହି ଟଙ୍କା ମାଗିବାରୁ ବାହାରେ ହେଉଥିବା ପ୍ରଦର୍ଶନୀରେ ଆମ ଗ୍ରୁପକୁ ନ ପଠାଇ ଅନ୍ୟ ଗ୍ରୁପର ମହିଳା ମାନଙ୍କୁ ପଠ।ଯାଉଛି ବୋଲି କହିଥିଲେ । ଏହି ବିଷୟରେ ଓ ସାଇ ରାମ ଗ୍ରୁପର ମହିଳାମାନେ ଡି ଅର ଡି ଏ ଅଧିକାରୀଙ୍କୁ ଜଣାଇବାରୁ ଅଜିତ ସାମନ୍ତରାୟ ସେଠାକାର କିରଣୀ ନିକଟରେ କ୍ଷ।ମା ମାଗିବାକୁ ବାଧ୍ୟ କରିଥିଲେ ଓ ଦରକାର ପଡ଼ିଲେ ତୁମ ଗ୍ରୁପକୁ ବାହାର କରିଦିଆଯିବ୍ ବୋଲି ଧମକ ଚମକ ଦେଇଥିବା ଅଭିଯୋଗ କରିଛନ୍ତି। ଏହି ବିଷୟ ରେ ଓଁ ସାଇ ରାମ ଗ୍ରୁପର ମହିଳା ମାନେ ଅତିରିକ୍ତ ଜିଲ୍ଲାପାଳ ପୋରଖିତ ସେଠିଙ୍କୁ ସାକ୍ଷାତ କରି ଲିଖିତ ଭାବେ ଅଭିଯୋଗ କରିଛନ୍ତି। ସେହିପରି ନବରଙ୍ଗପୁର ଲାଖ ଶିଳ୍ପୀର ଶିଳ୍ପୀମାନେ ଅଜିତ ସାମନ୍ତରାୟ ସେମାନଙ୍କଠାରୁ ଲାଖ ରେ ନିର୍ମିତ ଜିନିଷ ଗୁଡିକ ବିଭିନ୍ନ ପ୍ରଦର୍ଶିନୀରେ ନେଇ ସେହି ବାବଦରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ ଟଙ୍କା ଦେଇ ନ ଥିବା ଅଭିଯୋଗ କରିଛନ୍ତି ।ଲକ୍ଷଶିଳ୍ପର ଉନ୍ନତି କରିବା ସକାଶେ ୧୯୯୪ମସିହାରେ ହୀରଣ ଦାସ ବୋଲି ବ୍ୟକ୍ତି ଭୁବେନେଶ୍ୱରରୁ ଆସି ତତ୍କାଳୀନ ସାଂସଦ ସ୍ୱର୍ଗତ ଖ ଗପତି ପ୍ରଧାନୀ ପାଖକୁ ଯାଇ ବ୍ଲକ ପଛପଟ ଗୋଟିଏ ପ୍ଲଟ ନେଇ କ୍ରାଫ୍ଟ ଡ଼ାଭଲଅପମେଣ୍ଟ ସେଣ୍ଟର ,ମାନବ ସମ୍ବଳ ବିକାଶ ନାମରେ କାଠ ଉପରେ ଲାଖ ଚିତ୍ରଙ୍କନ କାମ ଶିଖାଇବାକୁ ତାଲିମ ପ୍ରଦାନ କରିଥିଲେ।ପରବର୍ତ୍ତୀ ସମୟରେ ସେହି ସ୍ଥାନରେ ଖଲି ପତ୍ର,ଦନା, ମାଟି କାମର ତାଲିମ ଦିଆଯାଉଥିଲା।ବର୍ତମାନ ସେହି ଜାଗାକୁ ବିକ୍ରି କରିବାକୁ ପାଇଁ ଚକ୍ରାନ୍ତ ଚାଲିଛି ବୋଲି କହିଛନ୍ତି।କିଛି ସରକାରୀ ଅଫିସରଙ୍କୁ ହାତ ମୁଠାରେ ରଖି ୪ଟି ଏନ ଜି ଓ କରି ହସ୍ତଶିଳ୍ପ କାରିଗର ନାମ ନେଇ ଲକ୍ଷ।ଧିକ ଟଙ୍କା ଉଠାଇ ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି।ଏହି ସବୁ ଘଟଣା ଜିଲ୍ଲାପାଳ ଓ ଡି.ଆଇ. ସି ଜି.ଏମକୁ ଭେଟି ଜଣାଇଛୁ ବୋଲି କହିଛନ୍ତି। ଓଁ ସାଇ ରାମ ଗ୍ରୁପ ଓ ଲାଖ ଶିଳ୍ପୀ ମହିଳାମାନେ ଜିଲ୍ଲାପାଳ ଏହାର ତଦନ୍ତ କରି ଆମ ଜିଲ୍ଲାର ହସ୍ତଶିଳ୍ପୀ କାରିଗର ମାନଙ୍କୁ ଉଚିତ ନ୍ୟ।ୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।

Comments are closed.