Advertisements
Monday, July 6, 2020
Home Government News ୨ଯୁବତୀଙ୍କୁ ନୟାପଲ୍ଲୀ ପୋଲିସର ମାଡ଼ ଘଟଣା-ଥାନା ଅଧିକାରୀଙ୍କ ବଦଳି

୨ଯୁବତୀଙ୍କୁ ନୟାପଲ୍ଲୀ ପୋଲିସର ମାଡ଼ ଘଟଣା-ଥାନା ଅଧିକାରୀଙ୍କ ବଦଳି

ଭୁବନେଶ୍ୱର: ନୟାପଲ୍ଲୀ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ୨ ଯୁବତୀଙ୍କୁ ନୟାପଲ୍ଲୀ ପୋଲିସର ମାଡ଼ ଅଭିଯୋଗ ଘଟଣା ବଦଳିଲେ ନୟାପଲ୍ଲୀ ଥାନାଧିକାରୀ ସଂଗ୍ରାମ ପଟ୍ଟନାୟକ।  ରିଜର୍ଭ ପୋଲିସକୁ  ବଦଳିଲେ ସଂଗ୍ରାମ ପଟ୍ଟନାୟକ। ତାଙ୍କ ସ୍ଥାନରେ  ଉମାକାନ୍ତ ପ୍ରଧାନଙ୍କୁ ନୟାପଲ୍ଲୀ ଥାନା ଆଇଆଇସି ଦାୟିତ୍ୱ ଦିଆଯାଇଛି। କ୍ୟାପିଟାଲ ଥାନା ଅତିରିକ୍ତ ଆଇଆାଇସି ଥିଲେ ଉମାକାନ୍ତ । ସୂଚନା ଅନୁଯାୟୀ, ଥାନା ଭିତରେ ଦୁଇ ଯୁବତୀଙ୍କୁ ପୋଲିସ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଥିଲା।

ନୟାପଲ୍ଲୀ ଅଞ୍ଚଳର ଦୁଇ ଯୁବତୀଙ୍କୁ ପୋଲିସ ମାଡ଼ ମାରିଥିବା ନେଇ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା ।  ଅଭିଯୋଗ ଅନୁଯାୟୀ ଗତ ୬ ତାରିଖ ଦିନ ପଡ଼ୋଶୀଙ୍କ ସହିତ ଝଗଡ଼ାକୁ ନେଇ ନୟାପଲ୍ଲୀ ବେହେରା ସାହି ଅଞ୍ଚଳର ଦୁଇ ଜଣ ଯୁବତୀଙ୍କୁ ଥାନାକୁ ଆଣିଥିଲା ପୋଲିସ।  ପରେ ସେମାନଙ୍କୁ ନିସ୍ତୁକ ପିଟିଥିବା କଥା ଦୁଇ ଯୁବତୀ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ନୟାପଲ୍ଲୀ ଥାନା ଇନ୍ସପେରଙ୍କ ସହିତ ଅନ୍ୟ କର୍ମଚାରୀ ସେମାନଙ୍କୁ ପ୍ଲାଷ୍ଟିକ ପାଇପ୍‌ରେ ପିଟିଥିବା ସେମାନେ ଅଭିଯୋଗ କରିଛନ୍ତି।  ସେପଟେ ଅଭିଯୋଗକୁ ନୟାପଲ୍ଲୀ ପୋଲିସ୍ ଖଣ୍ଡନ କରିଛି । ଯୁବତୀ ଦୁଇଜଣ ପୋଲିସକୁ ପ୍ରଥମେ ଆକ୍ରମଣ କରିବା ସହ ପୋଲିସ କର୍ମଚାରୀଙ୍କ ପୋଷାକ ବି ଚିରିଦେଇଥିଲେ।  ସେପଟେ ଯୁବତୀଙ୍କ ଦେହରେ ଥିବା ଦାଗ ପଡ଼ୋଶୀଙ୍କ ସହ ଗଣ୍ଡଗୋଳ ବେଳର ବୋଲି ନୟାପଲ୍ଲୀ ଥାନା ଆଇଆଇସି କହିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା HRPC ଅତିରିକ୍ତ ଡିସିପି ଏହି ଅଭିଯୋଗର ତଦନ୍ତ ଆରମ୍ଭ କରିଥିବା ପୋଲିସ କମିଶନର କହିଛନ୍ତି। କିଛି ଦିନ ତଳେ ପୁରୀ ଜିଲ୍ଲା ନିମାପଡ଼ା ଥାନା ଆଇଆଇସି ଜଣେ ବୃଦ୍ଧାଙ୍କୁ ପିଟିଥିବା ଅଭିଯୋଗରେ ନିକଟରେ ସେ ଚାକିରିରିୁ ନିଲମ୍ବିତ ହୋଇଥିଲେ।  ସେପଟେ ପୋଲିସ

ବିରୋଧରେ ମା଼ଡ଼ ଅଭିଯୋଗ ଆଣିଥିବା ଦୁଇ ଯୁବତୀଙ୍କ ଘରକୁ ଯାଇ ସେମାନଙ୍କୁ ଭେଟିଛି ବିଜେପି ମହିଳା ମୋର୍ଚ୍ଚା।  ଯୁବତୀଙ୍କୁ ମାଡ଼ ମାରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଥାନା ଆଗରେ ବିକ୍ଷୋଭ କରାଯାଇଥିଲା। ସେହିଭଳି କଂଗ୍ରେସ ପକ୍ଷରୁ ମଧ୍ୟ ଯୁବତୀଙ୍କୁ ମାଡ଼ ଘଟଣାର ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: