Thursday, August 6, 2020
Home Farmer Issue ସମ୍ନାକୁ ଆସିଲା କଳାବଜାରୀର କାରନାମା-ବିଜୟ ଲକ୍ଷ୍ମୀ ରାଇସ ମିଲ

ସମ୍ନାକୁ ଆସିଲା କଳାବଜାରୀର କାରନାମା-ବିଜୟ ଲକ୍ଷ୍ମୀ ରାଇସ ମିଲ

ବରଗଡ଼- ବରଗଡ଼ ଜିଲ୍ଲାର ଅତାବିରା ବ୍ଳକ ଅନ୍ତର୍ଗତ ଜାତୀୟ ରାଜପଥ ରେଙ୍ଗାଲୀ କେମ୍ପ ଛକରୁ ଟାଙ୍ଗର ପାଲିକୁ ଯିବା ରାସ୍ତାରେ ରେଲ ଲାଇନ ଅତିକ୍ରମ କଲାପରେ ବେନିୟମ ଭାବେ କାର୍ଯ୍ୟ କରୁଥିବା ବିଜୟ ଲକ୍ଷ୍ମୀ ରାଇସ ମିଲ ।

ଯେଉଁ ମିଲର ରାଖଡ(କଳାଗୁଣ୍ଡ) ଯୋଗୁଁ ବିଗତ ଦିନରେ ଲୋକ ରାସ୍ତାରେ ଯାତାୟାତ ସମୟରେ କଳାଗୁଣ୍ଡ ଆଖିରେ ପଶି ନାହିଁ ନ ଥିବା ଅସୁବିଧା ଭୋଗୁଥିବା ବେଳେ ରାସ୍ତା କଡରେ ଥିବା ସିମିଲି ଗଛ ଠାରୁ ରେଙ୍ଗାଲୀ ପାଲି ଗ୍ରାମ ପାର୍ଶ୍ଵ ଦେଇ ଯାଇଥିବା ରାସ୍ତା କାଣ୍ଡପାଲି ଗାଁକୁ ଯିବା ରାସ୍ତାରେ ମନମୁଖି କଳାଗୁଣ୍ଡ ରାସ୍ତାରେ ପକାଇ ଦିଆଯାଉଛି । ଯଦ୍ବାରା ଲୋକେ ଅସୁବିଧା ଭୋଗୁଥିବା ଅଭିଯୋଗ କରିଥିଲେ । ଯବାବରେ ମିଲ ମାଲିକ ,ମାଲ ଅଛି ତ ରାଖଡ ପଡ଼ିବ ଆମେ କଣ ପବନକୁ ରୋକି ପାରିବୁ କହି ଉତ୍ତର ଦେଇଥିଲେ । ସେହିପରି ଆଜି ସାମ୍ନାକୁ ଆସିଛି ମିଲରଙ୍କ କଳାବଜାରୀର କଳାକାରନାମା । ଚାଷୀଙ୍କୁ ଶୋଷଣ କରି କମ ଦାମରେ କଳାବଜାରୀ ଧାନ କିଣା ।ପ୍ରାଥମିକ ସୂଚନା ଅନୁଯାୟୀ ଗୁରୁବାର ୧୦ତାରିଖ ସନ୍ଧ୍ୟା ୭ଟା ସମୟରେ ବନ୍ଧର ଗ୍ରାମରୁ ଏକ ଟ୍ରାକ୍ଟର ଯୋଗେ ୧୦୩ ପ୍ୟାକେଟ ବନ୍ଧର ଗ୍ରାମର ଚାଷୀ ଦୁର୍ଗା ରାଜୁ ଗାଡି ନଂ ଓ.ଆର ୧୭ ଏଚ ୦୪୦୧ କୁ ରେଙ୍ଗାଲୀ କେମ୍ପ ସ୍ଥିତ ବିଜୟ ଲକ୍ଷ୍ମୀ ରାଇସ ମିଲକୁ ବିନା ମାର୍କେଟ ଚାଲାଣରେ ବିକ୍ରି କରିବାକୁ ଆସିଥିଲେ ।କିନ୍ତୁ କିଛି ଚାଷୀ ଓ ସାମାଜିକ ଲୋକ ଏହି ପ୍ରକାର କଳାବଜାରୀ ହେଉଥିବା ଖବର ପାଇ ଟ୍ରାକ୍ଟର ଗୁଡିକୁ ରାଇସମିଲ ପରିସର ମଧ୍ୟରେ ଅଟକ ରଖି ବିଭାଗୀୟ ଅଧିକାରୀଙ୍କୁ ଖବର ଦେଇଥିଲେ ।ଏହାପରେ ସି.ଏସ.ଓ ଓ ଏସି.ସ.ଓ ବରଗଡ଼ରୁ ଆସି ପହଞ୍ଚି ରାଇସମିଲର କାଗଜପତ୍ର ତଦାରଖ କରିଥିଲେ । ମାର୍କେଟରୁ କିଣିଥିବା ଧାନର ମୂଲ୍ୟାୟନ କରି ଜାଣିଲେ ଯେ ପାଖାପାଖି ୧୪୮୯ କ୍ବିଣ୍ଟାଲ ଧାନ ମାର୍କେଟରୁ କିଣା ଯାଇଥିଲା । କିନ୍ତୁ ଷ୍ଟକ ୟାର୍ଡ ଭେରିଫିକେସନରୁ ଜଣାପଡିଲା ଯେ ସର୍ବମୋଟ ୩୩୧୬.୭୦ କ୍ବିଣ୍ଟାଲ ଧାନ ଅଛି ।ବଳକା ୧୮୨୭.୭୦ କ୍ବିଣ୍ଟାଲ ଅଧିକ ଧାନ ବିନା ଚାଲଣରେ କମ ଦାମରେ ଚାଷୀଙ୍କ ଠାରୁ କିଣା ଯାଇଥିବା ଜଣାପଡିଛି । ସେହି ସମୟରେ ଆଉ ଏକ ସତ୍ୟ ସାମ୍ନାକୁ ଆସିଛି ଯେ ସରକାରୀ କାମରେ ଲାଗିଥିବା ଗହମ ଚାଉଲ ପ୍ୟାକେଟ ମାର୍କାର ଶହ ଶହ ଅଜଣା ଜିନିଷ ଭର୍ତ୍ତି ରହିଥିବା ଜଣାପଡିଛି ।ଏହାକୁ ଦେଖି ସ୍ଥାନୀୟ ଚାଷୀ ଓ କିଛି ଦଳିୟ ନେତା ତଥା ବରିଷ୍ଠ ବ୍ୟକ୍ତି,ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ ଚାଷୀମାନଙ୍କ ତରଫରୁ କଳାବଜାରୀକୁ ନେଇ ବିକ୍ଷୋଭ ସୄଷ୍ଟି କରିଥିଲେ । ବିନା ଚାଲାନରେ କିଣାଯାଇଥିବା ଧାନକୁ ଜବତ କରାଯାଇ ଅନ୍ୟ ମିଲରକୁ ଟାର୍ଗେଟ ହିସାବରେ ଦିଆଯାଇ, କଳାବଜାରୀ କରୁଥିବା ମିଲର ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଚାଷୀ ମାନେ ଦାବୀ କରିଛନ୍ତି । ସରକାରଙ୍କ ତରଫରୁ ଚାଷୀମାନଙ୍କ ପାଇଁ କୋଟି କୋଟି ଟଙ୍କାର ବ୍ୟୟବରାଦରେ ଅନେକ ପ୍ରକାର ସୁବିଧା ସୁଯୋଗ ଆସୁଥିଲେ ହେଁ ମନ୍ତ୍ରୀଙ୍କ ଗଡ଼ରେ ଏପରି କଳାବଜାରୀ କାହା ଛତ୍ରଛାୟା ତଲେ ହେଉଛି ବୋଲି ଚାଷୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜନ୍ମରୁ ଅନ୍ଧ, ପୁଣି ସ୍ତ୍ରୀ ଶଯ୍ୟାଶାୟୀ, ମୁଣ୍ଡ ଗୁଞ୍ଜିବା ପାଇଁ ବାରଦୁଆର-ପ୍ରଶାସନର ଦୃଷ୍ଟି ପଡୁ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ବୁଡେନ ଗ୍ରାମପଂଚାୟତ ଅନ୍ତର୍ଗତ ସିଲେଟପାଲି ଗ୍ରାମର ରଘୁ ନାଗର ଏକ ଦୁଃଖଦ କାହାଣୀ । ଜନ୍ମ...

ବନ୍ଧୁଗାଁ ରେ ବିଭିନ୍ନ କାର୍ଯ୍ୟାଳୟରେ ନିରବ ପ୍ରର୍ଥନ ସହ ଶପଥ ପାଠ ଅନୁଷ୍ଠିତ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୫:୮:୨୦): ବନ୍ଧୁଗାଁ ବ୍ଲକଠାରେ ଆଜି ପୋଲିସ ବିଭାଗର ସମସ୍ତ ଅଧ8କାରୀ,ଅଗ୍ନିଶମ ବିଭାଗର ସମସ୍ତ ଅଧିକାରୀ ଓ ବନ ବିଭାଗର ରେଞ୍ଜର କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କ ଉପିସ୍ତିତରେ ଆଜି...

ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଅବସରରେ ବୋରିଗୁମ୍ମା ଭା.ଜ.ପା.ତରଫରୁ ହୋମ ଓ ପୂଜାପାଠ

ରିପୋର୍ଟ : ରବିଶଙ୍କର ମହାପାତ୍ର // କୋରାପୁଟ(୦୫/୦୮): ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଶ୍ରୀରାମ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଉପଲକ୍ଷେ ସାମାଜିକ...

ଆନ୍ତର୍ଜାତୀକ ସ୍ତରରେ ଗଙ୍ଗାଧର ଜୟନ୍ତୀର ପ୍ରଥମ ୱେବନିଅର, ଦୁବାଇ ପଶ୍ଚିମ ଓଡିଶା କମ୍ୟୁନିଟିର ଆଲୋଚନା ଚକ୍ର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ପବିତ୍ର ଶ୍ରାବଣ ପୁର୍ଣ୍ଣିମା ଦିବସରେ ୟୁଏଇ ଅନ୍ତର୍ଗତ ଦୁବାଇରେ ଡିଜିଟାଲାଇଜେସନ ଭାବରେ ପ୍ରଥମ ଥର ପାଇଁ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ପଶ୍ଚିମ...

Recent Comments

%d bloggers like this: