Related Contents

ଇନ୍ଦ୍ରାବତୀ ନଦୀରେ ଅଚିହ୍ନା ବ୍ୟକ୍ତିର ମୃତ ଦେହ

ନବରଙ୍ଗପୁର(ଏ.ସତୀଶ ): ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସାନ ଡାଇଭଟା ନିକଟ ଇନ୍ଦ୍ରାବତୀ ନଦୀରେ ଅଚିହ୍ନା ବ୍ୟକ୍ତିର ମୃତ ଦେହ ଦେଖିବାକୁ ମିଳିଥିଲା ।

ସକାଳ ୭ଟାରେ ସାନ ଡାଇଭଟା କେତେକ ଗ୍ରାମବାସି ନଦୀରେ ଗାଧେଇବା ପାଇଁ ଯାଇଥିବା ସମୟରେ ନଦୀରେ ଅଚିହ୍ନା ବ୍ୟକ୍ତିର ମୃତ ଶରୀର ଦେଖି ପ୍ରଥମେ ପୋଲିସ ଓ ପରେ ଅଗ୍ନି ବିଭାଗକୁ ଫୋନ ମାଧ୍ୟମରେ ଜଣାଇଥିଲେ। ସାନ ଡାଇଭଟାର ୱାର୍ଡ ମେମ୍ବର କହିବା ଅନୁସାରେ ଖବର ପାଇ  ପୋଲିସ ଓ ଅଗ୍ନି ବିଭାଗ ୩ଘଣ୍ଟା ପରେ ପହଞ୍ଚିଥିଲେ।  ପୋଲିସ ଓ ଅଗ୍ନି ବିଭାଗର କର୍ମଚାରୀ ମିଳିତ ଉଦ୍ୟମରେ ମୃତ ଦେହକୁ ଉଦ୍ଧାର କରାଯାଇଥିଲା। ମୃତ ବ୍ୟକ୍ତିଟି ନବରଙ୍ଗପୁର ସହର ବାଦାମ ସାହି କିଶନ ଦାସ ବୋଲି ଜଣାପଡିଛି ।ମୃତ ବ୍ୟକ୍ତି ନାକରୁ ରକ୍ତ ବାହାରୁଥିବା ଦେକିବାକୁ ମିଳିଛି ଓ ପକେଟରୁ ଏକ ମୋବାଇଲ ଥିବାର ସୂଚନା ମିଳିଛି।ଏହା ଏକ ହତ୍ୟା ନା ଆତ୍ମହତ୍ୟା  ତାହା ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଥିଲେ।

Comments are closed.