ମହିଳାଙ୍କୁ ଅସଦାଚରଣ ନେଇ ଥାନାରେ ଏତଲା : ବି.ଜେ.ଡି. ଓ ବି.ଜେ.ପି.ର ଆରୋପ ପ୍ରତ୍ୟାରୋପ

0
310

ରିପୋର୍ଟ : ରବିଶଙ୍କର ମହାପାତ୍ର //
ବୋରିଗୁମ୍ମା,କୋରାପୁଟ,(୨୬/୯) : ବୋରିଗୁମ୍ମା ବ୍ଳକ କଣାଗାଁ ଗ୍ରାମରେ ଜଣେ ମହିଳାଙ୍କୁ ଅସଦାଚରଣ ନେଇ ବୋରିଗୁମ୍ମା ଥାନାରେ ଏତଲା ଦେବାପରେ ଘଟଣାକୁ ନେଇ ବୋରିଗୁମ୍ମା ଅଞ୍ଚଳରେ ରାଜନୀତି ସରଗରମ ହୋଇଉଠିଛି ।8c396afc d913 46e0 8311 7d5b64031c8c ମହିଳାଙ୍କୁ ଅସଦାଚରଣ ନେଇ ଥାନାରେ ଏତଲା : ବି.ଜେ.ଡି. ଓ ବି.ଜେ.ପି.ର ଆରୋପ ପ୍ରତ୍ୟାରୋପ

ମହିଳାଙ୍କୁ ଅସଦାଚରଣ ଅଭିଯୋଗ ପ୍ରକାରେ କଣାଗାଁ ଗ୍ରାମର ଜଣେ ମହିଳା ନିଜ ଜଳଖିଆ ଦୋକାନରେ ଥିବାବେଳେ ସେହି ଗ୍ରାମର ମହେଶ ବିଷୋଇ,ରାଜେନ୍ଦ୍ର ବିଷୋଇ,ନରେନ୍ଦ୍ର ବିଷୋଇ ଓ ରିତେଶ ବିଷୋଇ ପ୍ରମୁଖ ଜଳଖିଆ ଖାଇଥିଲେ ।ମହିଳା ଜଣକ ଜଳଖିଆ ପଇସା ମାଗିବାରୁ ନବୀନ ବିଷୋଇଙ୍କ ପୁଅ ରିତେଶ ବିଷୋଇ ଜଳଖିଆ ପଇସା ନ ଦେଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ମହିଳା ଜଣକ ନିଜ ସ୍ବାମୀଙ୍କୁ ଡାକିଥିଲେ ଓ ତାଙ୍କ ସ୍ବାମୀଙ୍କ ସହ ଅଭିଯୁକ୍ତ ମାନଙ୍କର ବଚସା ହେବା ପରେ ନରେନ୍ଦ୍ର ବିଷୋଇ ମହିଳାଙ୍କ ଓଢଣୀ ଧରି ଟଣା ଓଟରା କରିଥିବା ମହିଳା ଜଣକ ନିଜ ଏତଲାରେ ଦର୍ଶାଇଛନ୍ତି ।

ବୋରିଗୁମ୍ମା ଥାନା କେସ୍ ନଂ ୧୪୨/୨୦୨୧ ଦାଏର କରି ପୁଲିସ ଅନୁସନ୍ଧାନ ଚାଲୁ ରଖିଛି ।ତେବେ ଜୟପୁର ବି.ଜେ.ପି.ବିଧାୟକ ପ୍ରାର୍ଥୀ ଶ୍ରୀ ଗୌତମ ସାମନ୍ତରାୟ ଗତ ୨୪ ତାରିଖ ଦିନ ବୋରିଗୁମ୍ମା ଥାନା ଗସ୍ତ କରି ଉପସ୍ଥିତ ପୁଲିସ କର୍ମଚାରୀଙ୍କ ସହ କେସ୍ ର ତଦନ୍ତ ପ୍ରକ୍ରିୟା ବିଷୟରେ ଆଲୋଚନା କରିବା ସହ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।

ଅପର ପକ୍ଷରେ ବୋରିଗୁମ୍ମା ବ୍ଲକ ବିଜେଡି ସଭାପତି ଶ୍ରୀ ବିବେକାନନ୍ଦ ପଟ୍ଟନାୟକ(ଟିକି ପଟ୍ଟନାୟକ)ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ପୁଲିସ ତାର ତଦନ୍ତ ଜାରି ରଖିଥିବା ତଥା ବିଜେପି ଅନାବଶ୍ୟକ ରାଜନୀତି କରୁଥିବା କଥା କହିଛନ୍ତି । ଏ ନେଇ ବୋରିଗୁମ୍ମା ଅଞ୍ଚଳରେ ରାଜନୀତି ସରଗରମ ହୋଇ ଉଠିଥିବା ବେଳେ ପୁଲିସର ଆଗାମୀ ପଦକ୍ଷେପକୁ ଅପେକ୍ଷା କରାଯାଇଛି ।