Related Contents

ପ୍ରଚଣ୍ଡ ଖରା ଯୋଗୁ ଜନ ଜୀବନ ଅସ୍ତ ବ୍ୟସ୍ତ

ଗୋଳମୁଣ୍ଡା : କଲହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ବ୍ଲକ ରେ ଥିବା 28 ଟି ପଞ୍ଚାୟତରେ ଥିବା ସମସ୍ତ ଗ୍ରାମବାସୀ ଚଳିତ ବର୍ଷର ପ୍ରବଳ ଖରା କୁ ନେଇ ଚିନ୍ତାରେ ଥିବା ଦେକିବାକୁ ମିଲଛି।ଗ୍ରୀଷ୍ମର ପ୍ରଭାବ ରେ ସୂର୍ଯ୍ୟ ଙ୍କ ମହା ପ୍ରକୋପରେ ପ୍ରଚଣ୍ଡ ଖରା ଯୋଗୁ ଗୋଳମୁଣ୍ଡା ବ୍ଲକ ରେ ଥିବା ବିଭିନ୍ନ ସ୍ଥାନରେ ନଦୀ,ନାଳ,ଜୋର,କୂଅରୁ ପାଣି ସୁଖୀ ଯାଉଥିବା ବେଳେ ଗୃହ ପାଳିତ ପଶୁ ଓ ସାଧାରଣ ଲୋକଙ୍କ ପାଇଁ ଜଳର ବିଷମ ସମସ୍ୟା ଦେଖା ଦେଇଛି।

ପ୍ରଚଣ୍ଡ ଖରାର ପ୍ରଭାବରେ ଗଛ ଗୁଡିକରୁ ପତ୍ର ଝଡି ଟାଙ୍ଗରା ହୋଇଥିବା ବେଳେ ଲୋକଙ୍କୁ ଛାଇ ଟିକେ ମିଳିବା ମଧ୍ୟ କଷ୍ଟକର ହୋଇ ପଡିଛି।ସକାଳ 10ଟାରୁ 11ଟା ହେଲେ ପ୍ରାୟ ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତା ଘଟ ସୁନସାନ ଦେଖାଦେଉଛି।ସକାଳ 10ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଲୋକେ ଘରୁ ପଦାକୁ ଗୋଡ କାଢ଼ିବାକୁ ଡରୁଛନ୍ତି।ଜେକୋଣସି ଲୋକଙ୍କ ଜରୁରୀ କାଳୀନ ପରିସ୍ଥିତିରେ ଘରୁ ବାହାରକୁ ଯିବାକୁ ହେଲେ ମୁଣ୍ଡରେ ପଗଡ଼ି ହାତରେ ଛତା ଓ ପାଣି ବୋତଲ ନେଇ ବାହାରୁ ଛନ୍ତି।ବହୁ ସମୟ ଧରି ଦିନ ବେଳା ପ୍ରଚଣ୍ଡ ଖରା ହେଉଥିବା ସକାଶେ ଗରିବ ଖଟିଖିଆ ଦିନମଜୁରିଆ ମାନେ କାମ କରି ପେଟକୁ ଦାନା ମୁଠାଏ ଯୋଗାଡ଼ କରିବାରେ ମଧ୍ୟ ଖରା ଦାଉ ସାଜିଛି।ଖରା ସାଙ୍ଗକୁ ଝାଂଜି ପବନ ଦେହକୁ ଯାଉ ନ ଥିବା ବେଳେ ଲୋକେ ଘର ଭିତରେ ମଧ୍ୟ ରହିବ ଅତି କଷ୍ଟ ହେଉଥିବା ଯୋଗୁ ଗଛର ଛାଇ ମୂଳରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି।ଲୋକଙ୍କ କହିବା ଅନୁସାରେ ବିଗତ ବର୍ଷ ଗୁଡି ମଧ୍ୟରୁ ଚଳିତ ବର୍ଷ ପ୍ରବଳ ଖରା ଓ ଗୁଲାଗୁଳି ଦେଉଥିବା ଯୋଗୁଁ ଜନଜୀବନ ଅସ୍ତ ବ୍ୟସ୍ତ ଲାଗୁଛି।ପ୍ରବଳ ଗରମ ଦାଉରୁ ଟିକିଏ ଆସ୍ୱସ୍ତି ପାଇବା ପାଇଁ କାଞ୍ଜି ତୋରାଣି ପେଜ ପଖାଳ ଲେମ୍ବୁ ସରବତ ଦହି ଭଳି ଖାଦ୍ୟ ପାନୀୟ ବ୍ୟବହାର କରୁଛନ୍ତି।ପ୍ରଚଣ୍ଡ ଖରାର ପ୍ରକୋପରେ ବହୁ ମାତ୍ରାରେ ଝାଳ ନିଗଡ଼ି ହୋଇ ପଡୁ ଥିବାରୁ ଲୋକେ ବାରମ୍ବାର ପାଣି ପିଇବା ସାଙ୍ଗକୁ ଗାଧେଇବାକୁ ବାଧ୍ୟ ହେଉଛନ୍ତି।ହେଲେ ବିଭିନ୍ନ ସ୍ଥାନରେ ଜଳର ସଙ୍କଟ ଥିବା ବେଳେ ସେଥିପାଇଁ ମଧ୍ୟ ସମସ୍ୟା ଦେଖା ଦେଉଥିବା କହିଛନ୍ତି।ଖରାକୁ ନେଇ ଗୋଳମୁଣ୍ଡା ବାସୀ ବଡ ଚିନ୍ତାରେ ଥିବାବେଳେ କେବେ ଖରାର ପ୍ରଭାବ ଦୂର ହେବ ଓ ଜନଜୀବନ କୁ ଆସ୍ୱସ୍ତି ମିଳିବ ସେହି ଦିନକୁ ଚାହିଁ ରହିଛନ୍ତି।
ପ୍ରତିନିଧି ଗୋଳମୁଣ୍ଡା କଳାହାଣ୍ଡି

Comments are closed.