Related Contents

ଆଦିବାସୀ ମହିଳା କର୍କଟ ରୋଗୀ ଲୋଡୁଛନ୍ତି ସରକାରୀ ସହାୟତା

ଗୋଲାମୁଣ୍ଡା (ଚିତ୍ତ ବାଗ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକ ଅଧିନ ହଳଦୀ ପଞ୍ଚାୟତ ରେ ଥିବା ସୋସିଆ ଗ୍ରାମର ଭଲ ମାଝି(୫୨ )ଙ୍କ ସ୍ତ୍ରୀ ଅସନ ମାଝୀ ଲୋଡୁ ଛନ୍ତି ସରକାରି ସହାୟତା ।

ଶ୍ରୀମତୀ ମାଝି ଜଣେ ଆଦିବାସୀ ଓ ଅତି ଗରିବ ବିପିଏଲ ଶ୍ରେଣୀ ପରିବାର ଅଟନ୍ତି ।ଗରିବ ଶ୍ରେଣୀ ର ହୋଇଥିବାରୁ ପୂର୍ବରୁ ନିଜ ସ୍ୱାମୀ ଭଲ ଓ ଅସନ ମିଶି ଦିନ ମଜୁରିଆ ଭାବେ ଲୋକଙ୍କ ଘରେ ମୂଳ ଲାଗି ସେଥିରୁ ଯାହା ଦୁଇ ପଇସା ମିଳୁଥିଲା ଯେମିତି ସେମିତି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ।ହେଲେ ଅସନ ଙ୍କ ଜୀବନରେ ହଠାତ ମାଡି ଆସିଲା ଘନ ଅନ୍ଧକାରର ଛାଇ।ଗତ ବର୍ଷ ଠାରୁ ସେ ନିଜର ଛାତି ଯନ୍ତ୍ରଣା ହେବାରୁ ସେ ଆଖ ପାଖ ରେ ଅନେକ ଔଷଧ ଖାଇ କାମ ନଦେବାରୁ ୫ ଅଗଷ୍ଟ୧୭ରେ ଚିକିତ୍ସା ପାଇଁ ନବରଙ୍ଗ ପୁର ଡାକ୍ତର ଖାନାକୁ ଯାଇଥିଲେ।ସେଠାରୁ ଡାକ୍ତରଙ୍କୁ ଦେଖାଇ ଔଷଧ ଆଣି ଖାଇ ପୁଣି ୨୭ ଡିସେମ୍ବରରେ ଯିବାକୁ ପଡିଥିଲା । ହେଲେ ମାସ ମାସ ଧରି ସେଠାର ଔଷଧ ଖାଇଲା ପରେ ମଧ୍ୟ କୌଣସି ସୁଧାର ନ ଆସିବାରୁ୧୯ ଜାନୁଆରୀ ୧୮ରେ ଭୁବନେଶ୍ୱର ସ୍ଥିତ କିସ ବା ପ୍ରଦ୍ୟୁମ୍ନ ବଲ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ । ସେଠାକାର ଡାକ୍ତର ପୂର୍ବ ଚିକିତ୍ସାର ସବୁ ରିପୋର୍ଟ ଦେଖିଲା ପରେ ତାଙ୍କୁ ସମସ୍ତ ଆବଶ୍ୟକୀୟ ଟେଷ୍ଟ କରି ଅସନ ମାଝୀଙ୍କୁ ବକ୍ଷ କର୍କଟ ହୋଇଥିବା କହିଥିଲେ। ଏହା ଶୁଣି ଅସନ ଓ ତାଙ୍କ ସ୍ୱାମୀ ସମ୍ପୂର୍ଣ ଭାଙ୍ଗି ପଡ଼ିଥିଲେ। ଡାକ୍ତରଙ୍କୁ ସେ ପଚାରିବାରୁ ତାର ଅପରେସନ ନିହାତି ଜରୁରୀ ଓ ପରେ ପାଞ୍ଚ ବର୍ଷ ଯାଏ କର୍କଟ ରୋଗର ଔଷଧ ଖାଇବାକୁ ପଡିବ କହିଥିଲେ। ଏହାସୁଣି ଅସନଙ୍କ ସ୍ୱାମୀ ନିଜର ଆସବାବପତ୍ର ବିକି ଓ ଲୋକଙ୍କ ଠାରୁ ଧାର କରଜ କରି ସ୍ତ୍ରୀଙ୍କ ଅପରେସନ ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଡ଼ କରି ଡାକ୍ତରଙ୍କୁ ଦେଲା ପରେ ସେଠାରେ ଅସନଙ୍କ ଅପରେସନ କରାଯାଇଥିଲା। ସେଠାରେ ପାଖା ପାଖି ମାସେ ଭର୍ତି ହୋଇ ୧୭ଫେବୃଆରୀ ୧୮ରେ ଘରକୁ ଅଣାଯାଇ ଥିଲା।

ବର୍ତ୍ତମାନ ସେ ଅପରେସନ ପରେ ଔଷଧ ଖାଇ ଅଛନ୍ତି ହେଲେ ଅସୁସ୍ଥ ଓ ଦୁର୍ବଳ ରହିଛନ୍ତି। ମାସକୁ ତାଙ୍କୁ ଔଷଧ ବାବଦକୁ ନିହାତି ୧୮00ଟଙ୍କା ଜରୁରୀ ହୋଇ ପଡିଛି।ଏମିତି ତାଙ୍କୁ ଡାକ୍ତରଙ୍କ କହିଥିବା ଅନୁଯାଇ ୫ବର୍ଷ ଲଗାତାର ଔଷଧ ଖାଇଲେ ଯାଇ କିଛିଟା ଅସନଙ୍କ ସୁଧାର ଆସିବ। ହେଲେ ପୂର୍ବରୁ ଅପରେସନରେ ଅନେକ ଧାର କରଜ ମୁଣ୍ଡରେ ଲଦି ହୋଇ ଥିବା ବେଳେ ନିଜର ଆସବାବପତ୍ର ନାହିଁ । କେବଳ ସରକାରଙ୍କ ଦେଇଥିବା ଘର ଖଣ୍ଡେ ଛଡା ଖାଇବା ପାଇଁ ମଧ୍ୟ ପେଟକୁ ଦାନ ଗଣ୍ଡେ ମିଳିବା ପରିବାରକୁ କଷ୍ଟ ହୋଇ ପଡିଛ। ଅସନଙ୍କ ଅପରେସନ ପରେ ତାଙ୍କ ସ୍ୱାମୀ ସ୍ତ୍ରୀର ଦେଖରେଖ କରୁଛନ୍ତି।ଦୁର୍ବଳ ଓ ଅସୁସ୍ଥ ସ୍ତ୍ରୀ କୁ ଛାଡି କୁଆଡେ ଯିବା ମଧ୍ୟ ସମ୍ଭବ ହୋଇ ପାରୁ ନାହିଁ ଭଲ ଙ୍କ ପାଇଁ। ଏପଟେ ଆର୍ଥିକ ସଙ୍କଟ ହେତୁ ଅସନଙ୍କ ଚିକିତ୍ସା ବା ମାସକୁ ମାସ ୫ବର୍ଷ ଯାଏଁ ନିୟମିତ ଔଷଧ ଖାଇବାରେ ଅର୍ଥ ସାଜିଛି ବାଧକ।କଣ କରିବେ ଭାବି ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଚାରି ଦିଗ ଅନ୍ଧାର ଲାଗୁ ଥିବାବେଳେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି।ଏପରି ପରିସ୍ଥିତିରେ ଅସନ ଓ ତାଙ୍କ ସ୍ୱାମୀ ସରକାରଙ୍କ ସହାୟତା ଲୋଡୁ ଛନ୍ତି।ତାଙ୍କ କହିବା ଅନୁ ଯାଇ ସରକାର ଯଦି ତାଙ୍କୁ ଔଷଧ ଖାଇବା ନିମନ୍ତେ କିଛି ସରକାରୀ ସହାୟତା ଯୋଗାଇ ଦିଅନ୍ତେ ତାହେଲେ କିଛି ଦିନ ନୂଆ ଜୀବନ ମିଳନ୍ତା ଓ ସେ ଖୁସି ହୁଅନ୍ତେ।ଏପରି ଅବସ୍ଥା ଯୋଗୁ ଗ୍ରାମର ସାଧାରଣ ଲୋକେ ମଧ୍ୟ ଅସନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆ ଯାଉ ବୋଲି ଦାବି କରିଛନ୍ତି।

Comments are closed.