କ୍ରସର ଆନ୍ଦୋଳନର ଐତିହାସିକ ବିଜୟ

0
377

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, ବୌଦ୍ଧ,(୨୫/୦୯) : କ୍ରସର ଆନ୍ଦୋଳନର ଐତିହାସିକ ବିଜୟ | ହରଭଙ୍ଗା ବ୍ଲକ ଖରଭୂଇଁ ଅଂଚଳରେ ଦୀର୍ଘ ୩ ମାସ ଧରି କ୍ରସର ବିରୋଧୀ ଆନ୍ଦୋଳନର ସୁଵିଚାର ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି |

ବୈଠକରେ ସମସ୍ତ ସପକ୍ଷ ବିପକ୍ଷ କମ୍ପାନୀ ମାଲିକ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସପି, ତହସିଲଦାର, ବିଡିଓ, ଆଡିସନାଲ ତହସିଲଦାର, ବ୍ଲକ ଅଧକ୍ଷ, ଜିଲ୍ଲାପରିଷଦ ସଭ୍ୟ, ସରପଞ୍ଚ ପ୍ରମୁଖଙ୍କ ଉପସ୍ଥିତିରେ ବୌଦ୍ଧ ଜିଲ୍ଲାପାଳଙ୍କ ଐତିହାସିକ ନିଷ୍ପତ୍ତି ନେଇଥିଲେ | ହରଭଙ୍ଗା ତହସିଲ ଛତ୍ରଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖରଭୂଇଁ ଗ୍ରାମରେ ଥିବା ସମସ୍ତ ଷ୍ଟୋନକ୍ବାରୀ ସବୁଦିନ ପାଇଁ ବନ୍ଦ ରହିବାସହ ଏକ ମାସ ମଧ୍ୟରେ ସମସ୍ତ କ୍ରସର ମାଲିକ ଗଛିତ ଥିବା ସମସ୍ତ ଜିନିଷ ପତ୍ର ଅପସାରଣ କରିବେ ବୋଲି ଧର୍ଯ୍ୟ କରାଗଲା । କ୍ରସର ଆନ୍ଦୋଳନର ଐତିହାସିକ ବିଜୟ |

ନଭେମ୍ବର ୦୧ ସମସ୍ତ କ୍ରସର ସବୁଦିନ ପାଇଁ ତାଲା ପଡିବ । ପୁଣିଥରେ ଲୋକଙ୍କ ଅଭାବ ଅସୁବିଧାକୁ ବୁଝିଥିବା ଜନତାର ବନ୍ଧୁ ବୌଦ୍ଧ ଜିଲ୍ଲାପ୍ରଶାସନକୁ ଅନ୍ତରରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି କ୍ରସର ବିରୋଧୀ ଅଂଚଳବାସି |