Related Contents

ନବରଙ୍ଗପୁର ବ୍ଲକ ଦିଗାଗୁଡାରେ ଜଳ ଯୋଗାଣ ବନ୍ଦ

ନବରଙ୍ଗପୁର :(ଏ. ସତିଷ) ନବରଙ୍ଗପୁର ବ୍ଲକ ସାନମସିଗା ପଞ୍ଚାୟତର ଦିଗାଗୁଡା ଗାଁରେ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ତିନି ବର୍ଷ ପୂର୍ବେ ଦିଗାଗୁଡା ଠାରେ ୪୦ ହଜାର ଲିଟର ବିଶିଷ୍ଟ ଏକ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା।ଦିଗାଗୁଡା ଓ ସାନମସିଗାର ପ୍ରାୟ ୨ ହଜାର ରୁ ୨୫୦୦ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟ ଏହି ପାଣିଟାଙ୍କି ନିର୍ମାଣ କରାଯାଇଥିଲା। କିନ୍ତୁ ବିଡ଼ମ୍ବନ।ର ଵିଷୟ ଏହି କି ଯେ ଟାଙ୍କିର ପାଣି ବର୍ଷା ଓ ଶୀତ ମାସରେ ଲୋକଙ୍କ ବ୍ୟବହାର ଲାଗୁଥିବା ବେଳେ ପ୍ରବଳ ଖରାରେ ଗାଁ ଲୋକେମାନଙ୍କ ବ୍ୟବହାରରେ ଲାଗୁନାହିଁ।ପାଣି ଟାଙ୍କିର ପମ୍ପ ଡ୍ରାଇଭର କହିବା ଅନୁଯାୟୀ ବର୍ଷରେ ବର୍ଷ।ଓ ଶୀତ ୮ମାସ କେବଳ ଏହି ଟାଙ୍କିରୁ ଗାଁ ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଆଯାଉଛି । ଖରା ୪ମାସ ପାଣି ଯୋଗାଇ ଦିଆଯାଇପାରୁନାହିଁ।ଯେଉଁ କୂପରୁ ପାଣି ଟାଙ୍କିକୁ ଉଠାଯାଉଛି ସେହି କୂପ ଖରମାସ ଆରମ୍ବ ଜଳସ୍ତର ହ୍ରାସ ପାଉଛି।ଯଦ୍ୱାରା ପ୍ରଚଣ୍ଡ ଖରାରେ ଏହି ଦୁଇ ଗ୍ରାମବାସୀ ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି।ଅନ୍ୟପକ୍ଷରେ ଗ୍ରାମରେ ଥିବା ୩ଟି ନଳକୂପ ମଧ୍ୟରୁ ଦୁଇଟି ଅଚଳ,ଗୋଟିଏ ବ୍ୟବହାର ଯୋଗ୍ୟ।ଗୋଟିଏ ନଳକୁପରେ ପିଇବାପାଣି, ଗାଧେଇବା, ଲୁଗାପଟା ସଫା କରିବା ଇତ୍ୟାଦି କରିବା ଦ୍ୱାରା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଥା ଶୀଘ୍ର ଏହାର ସ୍ଥାୟୀ ସମାଧାନ କରାନଗଲେ ଗ୍ରାମବାସୀ ଆଗାମୀ ଦିନରେ ଆନ୍ଦେ।ଲନ କରାଯିବ ବୋଲି କହିଥିଲେ।
ନବରଙ୍ଗପୁର ବ୍ଲକ ଗୋଷ୍ଠି ଅଧିକାରୀ ଶ୍ରୀ ଗୁଣନିଧି ନାୟକ ପଚାରିବାରୁ ସେ କହିଛନ୍ତି ଯେଉଁ କୂପରୁ ପାଣି ଉଠାଯାଉଛି ଖରା ମାସରେ ଜଳସ୍ତର ହ୍ରାସ ପାଉଛି ଯ ଦ୍ୱାରା ଖରା ମାସରେ ପାନୀୟ ଜଳ ଯୋଗାଣ କରିବାରେ ଅସୁବିଧା ହେଉଛି। ଏହାର ସ୍ଥାୟୀ ସମାଧାନ କରିବାପାଇଁ ଏକ ପ୍ରସ୍ତାବ ଦେଇସାରିଚୁଓ ଏହାର ଆକଳନ ହୋଇସାରିଛି। ବଡ଼ ମସିଗା ବାଟରେ ଏକ ନଦୀ ଅଛି ସେହି ଭିତରେ ଉତ୍ପାଦନ କୂପର ବ୍ୟବସ୍ଥା କରାଯାଉଛି।ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ଆର ଡବ୍ଲୁ ଏସ ଏସ ନିର୍ବାହୀ ଯନ୍ତ୍ରୀଙ୍କୁ ବ୍ଲକ ମାଧ୍ୟମରେ ପ୍ରସ୍ତାବ ଦିଆଯାଇଛି ବୋଲି କହିଥିଲେ।ଏଥି ମଧ୍ୟରେ କୌଣସି ଜଳ ସଙ୍କଟ ଦେଖାଦେଲେ ୨୦୦୦ଲିଟର ଟାଙ୍କି ଦ୍ୱାରା ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Comments are closed.