Friday, March 29, 2024

Top 5 This Week

Related Posts

ଶହୀଦ ଲଷ୍ମଣ ନାୟକ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ : ଏନ.ସନ୍ତୋଷ
ବୈପାରୀଗୁଡା,(୨୫/୦୯) : ଶହୀଦ ଲଷ୍ମଣ ନାୟକ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଯୁବ ରେଡକ୍ରସ ସହଯୋଗରେ ଅନୁଷ୍ଠିତ ଶିବିରରୁ ୬୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ।

ଶହୀଦ ଲଷ୍ମଣ ନାୟକ ଡିଗ୍ରୀ ମହାବିଦ୍ୟାଳୟ ସଭାପତି ମନୋଜ ମହାପାତ୍ରଙ୍କ ନେତୃତ୍ୱରେ ଆୟାଜିତ ଉକ୍ତ ମେଗା ରକ୍ତଦାନ ଶିବିରକୁ ମୁଖ୍ୟଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀ ଯୋଗ ଦେଇ ଫିତା କାଟି ଶୁଭ ଉଦଘାଟନ କରିଥିଲେ l ସମ୍ମାନୀୟ ଅତିଥି ମଧ୍ୟରୁ ପି ରମେଶ ପତ୍ର, ସାଥୀରମ ଗୌଡ଼, ବିପିନ ବିହାରୀ ମହାନ୍ତି, ଆଈଯାକ ଛିଞ୍ଚାଣୀ, ଭବନି ଶଙ୍କର ପଟନାୟକ, ବିଜୟୀ ସାମନ୍ତରାଏ, ବିଶ୍ୱଜିତ ନାୟକ, କଲେଜ ଅଧ୍ୟକ୍ଷା ସ୍ନେହଲତା ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ l

ଏହି ଶିବିରରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଭିଭାବକ, ସ୍ଥାନୀୟ ଅଗ୍ନିଶମ ବିଭଗ କର୍ମଚାରୀ, ଓଟୋ ଡ୍ରାଇଭର ସଙ୍ଘ କର୍ମଚାରୀ ଏବଂ ଯୁବ ସ୍ୱେଚ୍ଛାସେବୀ ପ୍ରମୁଖ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ l

ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ହିମାଂଶୁ ବକ୍ସି ଏବଂ ଜ୍ୟୋତି ପାଢ଼ୀ, ୟାଇଆରସି ସଂଯୋଜିକl ମାନସୀ ଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ କଲେଜ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି l

Popular Articles