ଟ୍ରକ ଓ ବସ କୁ ପିଟି ଓଲଟିଲା ୪୦୭ ଗାଡି : ୨ ଗୁରୁତର

0
429

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୨୫/୦୯) : ଟ୍ରକ ଓ ବସ କୁ ପିଟି ଓଲଟିଲା ୪୦୭ ଗାଡି | ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଭୈରବୀ ମନ୍ଦିର ନିକଟରେ ଆଜି ଭୋର ରେ ଏକା ସହିତ ତିନୋଟି ଗାଡିର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି |WhatsApp Image 2021 09 25 at 10.21.51 AM ଟ୍ରକ ଓ ବସ କୁ ପିଟି ଓଲଟିଲା ୪୦୭ ଗାଡି : ୨ ଗୁରୁତର

ସୂଚନା ଅନୁଯାଇ ଆଜି ଭୋର ରୁ ଭୁବନେଶ୍ୱର ପଟୁ ଆସୁଥିବା OR 02G 1272ନଂ ଥିବା ଏକ ୪୦୭ ଗାଡି,OD 25J2199ନଂ ଥିବା ଅମ୍ବିକା ନାମକ ଏକ ଘରୋଇ ବସକୁ ଓଭରଟେକ କରିବା ସମୟରେ ଭାରସ୍ୟାମ ହରାଇ ବୌଦ୍ଧ ପଟୁ ଆସୁଥିବା ଏକ ଟ୍ରକକୁ ପ୍ରଥମେ ଓ ଟ୍ରକ ଓ ବସ ପରେ ଉକ୍ତ ବସକୁ ଧକ୍କା ଦେଇ ରାସ୍ତା କଡ଼ରେ ଏକ ଦୋକାନ ଘର କୁ ପଶିଯାଇଥିଲା |

ଦୁର୍ଘଟଣା ରେ ୪୦୭ ଡ୍ରାଇଭରଓ ବସ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା | ପୁରୁଣାକଟକ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି |