Related Contents

ଅରୂପ ପଟ୍ଟନାୟକ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ନିଯୁକ୍ତ

ଭୁବନେଶ୍ୱର : ନିକଟରେ ବିଜୁ ଜନତା ଦଳରେ ଯୋଗଦେଇଥିବା ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ଅରୂପ ପଟ୍ଟନାୟକଙ୍କୁ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଅରୂପ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମର ତଦାରଖ କରିବେ।

ଅରୂପ ପଟ୍ଟନାୟକ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ ତଦାରଖ କରିବେ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧା ସୁଯୋଗ ପାଇବେ। ପୂର୍ବରୁ ରାଜ୍ୟ ସରକାର ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ଯୁବକଙ୍କ ଭିତରେ ନେତୃତ୍ୱ, ସାମାଜିକ ମୂଲ୍ୟବୋଧ ଓ ଦାୟିତ୍ୱବୋଧ ସୃଷ୍ଟି କରିବା ପାଇଁ ଏଭଳି ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ରାଜ୍ୟର ପ୍ରତି ପଞ୍ଚାୟତ ଠାରୁ ଆରମ୍ଭ କରି ସହରାଞ୍ଚଳରେ ବିଜୁ ଯୁବ ବାହିନୀ ଗଠନ ହେବ। ବିଜୁ ଯୁବ ବାହିନୀ କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗ ଅଧିନରେ ରହିଛି । ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସକ୍ରୀୟ ଯୁବ ବାହିନୀ ଗଠନ ପାଇଁ ୩ ବର୍ଷ ଭିତରେ ୪୫୦.୪୯ କୋଟି ଟଙ୍କା ଖର୍ଚ୍ଚ କରାଯିବାର ବ୍ୟବସ୍ଥା କରାଯାଇଛି ।

Comments are closed.