Related Contents

ନବରଙ୍ଗପୁର ଠାରେ ବିଶ୍ୱ ରେଡ଼କ୍ରୋସ ଦିବସ ପାଳିତ

ନବରଙ୍ଗପୁର(ଏ.ସତିଷ) : ଭାରତୀୟ ରେଡ଼କ୍ରସ ସୋସାଇଟି ନବରଙ୍ଗପୁର ଶାଖା ତରଫରୁ ବିଶ୍ୱ ରେଡ଼କ୍ରୋସ ଦିବସ ଏ ଡି ଏମ ଶ୍ରୀ ପରକ୍ଷୀତ ସେଠୀ ଅଧ୍ୟକ୍ଷତାରେ ସ୍ଥାନୀୟ ଅଶୋକ ମେହେଟା ସମ୍ମଳନୀ କକ୍ଷ ପାଳିତ ହୋଇଯାଇଛି।

ପ୍ରଥମେ ଉପସ୍ଥିତ ଅତିଥି ବୃନ୍ଦ ରେଡ଼କ୍ରସର ପ୍ରତିଷ୍ଠାତା ଜିଅନ ହେନେରୀ ଡୁନାଣ୍ଟ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଏ ଡି ଏମ ଶ୍ରୀ ପରକ୍ଷୀତ ସେଠୀ ଉପସ୍ଥିତ ସମସ୍ତଙ୍କୁ ସାତ ଗୋଟି ମୌଳିକ ନୀତି ଯଥା ମାନବିକତା,ସମଦର୍ଶିତା,ନିରପକ୍ଷତା, ସ୍ୱାଧୀନତା, ସ୍ବେଚ୍ଛାକୃତସେବା, ଏକତା ଓ ସାର୍ବଜନୀନତା ସମ୍ମାନ ସୂଚକ ମାନବ ବୋଧ ସେବାପ୍ରତି ଆନୁଗତ୍ୟ ପ୍ରକାଶ କରିବି ଓ ସମ୍ପୂର୍ଣ୍ଣ ନିଷ୍ଠ।,ଦୟା,ସମର୍ପଣ ଓ ସ୍ୱଚ୍ଛତାର ସହ ଯେତେବେଳେ ଓ ଯେଉଁଠାରେ ସମ୍ଭବ ହେବ ସେଠାରେ ବିନା ବ୍ୟକ୍ତିଗତ ଲାଳସାରେ ବ୍ୟକ୍ତିର ଯନ୍ତ୍ରଣାକୁ ଲାଘବ କରିବି ବୋଲି ସମସ୍ତଙ୍କୁ ଶପଥ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ କରୁଣାକର ରାଇକା,ନବରଙ୍ଗପୁର ବି ଡି ଓ ଗୁଣନିଧି ନାୟକ ,ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲା କଲ୍ୟାଣ ଅଧିକାରୀ ପବିତ୍ର ମୋହନ ପ୍ରଧାନ ,ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ବେବର୍ତା, ମୁନିସିପାଳିଟି ନିର୍ବାହୀ ଅଧିକାରୀ ବଳଦେବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ନବରଙ୍ଗପୁର ବି ଡି ଓ ଗୁଣନିଧି ନାୟକ ନିଜ ଅବିଭାଷଣରେ ଲୋକମାନଙ୍କୁ ସ୍ଵଇଚ୍ଛାରେ ରକ୍ତଦାନ କରିବା ସହ ଯୁବପୀଢ଼ି ଅଧିକରୁ ଅଧିକ ଏଥିରେ ସାମିଲ ହେବାକୁ ଅନୁରୋଧ କରିଥିଲେ। ଏ ଡି ଏମ ଶ୍ରୀ ସେଠୀ ବ୍ଲକ ଅଧିକାରୀମାନଙ୍କୁ ଜିଲ୍ଲା ରେଡ଼କ୍ରୋସ ସୋସାଇଟିକୁ ପ୍ରତି ବ୍ଲକ ୫ ହଜାର ଦେବାଲାଗି ଧାଯ୍ୟ କରିଥିଲେ।ସେହିପରି ୫ଶହ ଟଙ୍କା ଦେଇ ଜିଲ୍ଲା ରେଡ଼କ୍ରସ ସୋସାଇଟିରେ ଆଜୀବନ ସଦସ୍ୟ ହେବାପାଇଁ ଅନୁରୋଧ କରିଥିଲେ।ଜିଲ୍ଲା ରେଡ଼କ୍ରସ ପାଣ୍ଟି ମାଧ୍ୟମରେ ବହୁ ଗରିବ ଲୋକମାନଙ୍କୁ ଆର୍ଥିକସହାୟତା ଦିଆଯିବା ସହ ଅଶାକିରଣ ଓ ଦିନଦାୟଲ ସ୍କୁଲ ମାନଙ୍କର ପରିଚାଳନା ପାଇଁ ଏହି ପାଣ୍ଟିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ସେଠି କହିଥିଲେ ।

ବିଭିନ୍ନ ସ୍କୁଲ ଓ କଲେଜ ମାନଙ୍କ ମଧ୍ୟରେ ରଚନା, ବକୃତା ଓ ଚିତ୍ର ପ୍ରତିଯୋଗିତା ହୋଇଥିଲା କଲେଜ ସ୍ତରୀୟ ରଚନାରେ ସି ଏଚ ଶଶୀ ପ୍ରିୟା ରେଡ୍ଡୀ ପ୍ରଥମ, ଗୁପ୍ତେଶ୍ଵରୀ ସାହୁ ଦ୍ୱିତୀୟ ,ଆନନ୍ଦ କୁମାର ଦାସ ତୃତୀୟ , ବକୃତା ରେ ପ୍ରିୟଙ୍କା ପଟନାୟକ ପ୍ରଥମ ,ସୁଭଶ୍ରୀ ସାହୁ ଦ୍ୱିତୀୟ ,ଆନନ୍ଦ କୁମାର ଦାସ ତୃତୀୟ , ଚିତ୍ରଙ୍କନରେ ବିଷ୍ଣୁପ୍ରିୟା ମଝି ପ୍ରଥମ ,ପି. ପ୍ରିୟଙ୍କା ଦ୍ଵିତୀୟ , କେ.ସୋରାଜିନି ପଟନାୟକ ତୃତୀୟ , ସେହିପରି ଉଚ୍ଚ ବିଦ୍ୟାଳୟ ରଚନା ରେ ମଧୁ ଚାନ୍ଦା ପଣ୍ଡା ପ୍ରଥମ ,ଶ୍ରୀୟା ଶ୍ରୀ ଖଡ଼ଗରାୟ ଦ୍ଵିତୀୟ ,ପୁର୍ବେଶା ଲେଙ୍କା ତୃତୀୟ , ବକୃତା ରେ ଶ୍ରୁତି ମିଶ୍ର ପ୍ରଥମ ,ଅୟୁଶୀ ଜୈନ ଦ୍ଵିତୀୟ ,ବର୍ଷା ମୋହନକୁଡ଼ ତୃତୀୟ, ଚିତ୍ରଙ୍କନରେ ସ୍ବର୍ଣ୍ଣିପ୍ରିୟା ଦର୍ଶନୀ ପ୍ରଥମ ,ଲିପ୍ସା କର ଦ୍ୱିତୀୟ ,ଅଭିପ୍ସା ରଥ ତୃତୀୟ । ଅତିଥି ମାନେ କୃତିତ୍ୱ ଲାଭ କରିଥିବା ଛାତ୍ର ଓ ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।ଶେଷରେ ଅଖିଳ ଭଟ ଧନ୍ୟବାଦ ଜ୍ଞାପନ କରିଥିଲେ।

Comments are closed.