କ୍ରସର ବିରୋଧୀ ଆନ୍ଦୋଳନ ଆଲୋଚନାକୁ ଗ୍ରାମବାସୀଙ୍କ ବର୍ଜନ

0
317

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୩/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖରଭୂଇଁ ଠାରେ ଦୀର୍ଘ ୩ମାସ ଧରି ଚାଲିଥିବା କ୍ରସର ବିରୋଧୀ ଆନ୍ଦୋଳନ ର ଆଲୋଚନା ନିମିତ୍ତ ପତ୍ରସଂଖ୍ୟା ୭୯୧୨ତା ୧୮/୦୯/୨୧ରେ ଏକ ବୈଠକ ଆହୁତ କରିଥିଲେ |75d3c5dc a379 4747 8b5c 074b51372f9d କ୍ରସର ବିରୋଧୀ ଆନ୍ଦୋଳନ ଆଲୋଚନାକୁ ଗ୍ରାମବାସୀଙ୍କ ବର୍ଜନ

ଆଶ୍ଚର୍ଯ୍ୟ ଜନକ ଭାବେ କ୍ରସର ବିରୋଧୀ ଆନ୍ଦୋଳନ ଆଲୋଚନାକୁ ସ୍ଥାନୀୟ ଗ୍ରାମବାସୀଙ୍କୁ ସାମିଲ ନ କରି କେବଳ ମହିଳା ସ୍ବୟଂସହାୟକ ଗୋଷ୍ଠିର ସଭାନେତ୍ରୀ ମାନଙ୍କୁ ଡକାଇବା ଏବଂ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟଙ୍କୁ ମଧ୍ୟ ନ ଡାକିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏବଂ ପ୍ରଶାସନ ପରିବେଶ ବିଧ୍ବସଂକାରୀ କ୍ରସର ଷ୍ଟୋନକ୍ରସର ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଆଲୋଚନାକୁ ଗ୍ରାମବାସୀଙ୍କ ସହ ଡାକିବା ତାଠାରୁ ଅଧିକ ଆଶ୍ଚର୍ଯ ସୃଷ୍ଟି କରିଛି ।

ପୂର୍ବରୁ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତ ପାଳନ କରିବାରେ ବିଫଳ ହୋଇଥିବାବେଳେ ଏହା ଆନ୍ଦୋଳନକାରୀଙ୍କ ମଧ୍ୟରେ ବିଭେଦ ସୃଷ୍ଟିପାଇଁ ଉଦ୍ଧିଷ୍ଟ ମନେକରି ଜିଲ୍ଲାପାଳଙ୍କ ଦ୍ବାରା ଆହୁତ ବୈଠକକୁ ଗ୍ରାମ୍ୟ କମିଟି ମା’ବୁଢିଠାକୁରାଣୀ ଆଞ୍ଚଳିକ ମଞ୍ଚ ଏବଂ ସମସ୍ତ ସ୍ବୟଁ ସହାୟକ ଗୋଷ୍ଠିର ସଦସ୍ୟ ମାନେ ଏହି ବୈଠକକୁ ବର୍ଜନ ନିମିତ୍ତ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଯଣାଇଛନ୍ତି ।