ଭାଜପା ଦଳ ତରଫରୁ ଯୁବକ ମାନଙ୍କୁ ଚାକିରି କ୍ଷେତ୍ରରେ ୧୧% ସଂରକ୍ଷଣ ରଖିବାକୁ ଦାବି

0
272

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୨୩/୦୯) : ଆଜି ରାୟଗଡା ନଗର ଭାଜପା ଦଳ ତରଫରୁ ଏକ ପ୍ରତିନିଧି ଦଳ ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜ଼ିଲ୍ଲାପାଳଙ୍କୁ ସାକ୍ଷାତ କରି ରାୟଗଡା ଜ଼ିଲ୍ଲାରେ ଥିବା ସମସ୍ତ ଚାରି ଗୋଟି ଶିଳ୍ପନୁଷ୍ଠାନରେ ରାୟଗଡା ପୌର ପରିଷଦ ଅଧୀନରେ ରହୁଥିବା ଯୁବକ ମାନଙ୍କୁ ଚାକିରି କ୍ଷେତ୍ରରେ ୧୧% ସଂରକ୍ଷଣ ରଖିବାକୁ ଦାବି କରିଛନ୍ତି ।b7e75e3e 3bd4 45ee 8ad4 ff98338ca30e ଭାଜପା ଦଳ ତରଫରୁ ଯୁବକ ମାନଙ୍କୁ ଚାକିରି କ୍ଷେତ୍ରରେ ୧୧% ସଂରକ୍ଷଣ ରଖିବାକୁ ଦାବି

ତତ୍ସହିତ ଭାଜପା ଦଳ ତରଫରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଧେଶ୍ୟରେ ଅନ୍ୟ ଏକ ଦାବି ଦିଆଗଲା । ଏହି ଦାବିଥିଲା ରାୟଗଡା ସହରାଞ୍ଚଳରେ ଥିବା 3ଟି ପୋଲିସ ନାକାପୋଷ୍ଟ ରେ ଗାଁ ମାନଙ୍କରୁ ଖୁଦ୍ର ବ୍ୟବସାୟୀ ମାନଙ୍କୁ ମାନସିକ ଏବଂ ପଇସା ଆକାରରେ ଶୋଷଣ କରାଯାଉଛି ଯାହା ଗ୍ରାମବାସୀ ମାନେ ଜଣାଇଛନ୍ତି । ତେଣୁ ଏହାକୁ ଆଖିଆଗରେ ରଖି ଏହା ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ କରାଯାଉ କୁହାଯାଇଛି ।

ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା କୌଣସି କାମରେ ଉପସ୍ଥିତ ନଥିବାରୁ ଅତିରିକ୍ତ ଆରକ୍ଷୀ ଅଧିକାରୀଙ୍କୁ ଦାବିପତ୍ରଟି ଦିଆଯାଇ ଥିଲା । ଦାବି ଗୁଡିକ ପ୍ରଦାନ କରିଥିବା ସମୟରେ ଜ଼ିଲ୍ଲା ସାଧାରଣ ସମ୍ପାଦକ କିଶୋର ପଣ୍ଡା, ବିଦ୍ୟା ପଣ୍ଡା,ଟି-ନାଗରାଜୂ, ପ୍ରଶାନ୍ତ ପଟ୍ଟନାୟକ, ଅଜୟ ଚୁଲେଟ, ଲକ୍ଷ୍ମୀ ବୁରୁଡି, ମଞ୍ଜୁଳା ମିନିଆକା, ଝରଣା ମହାନ୍ତି, ଗୋପାଳ ପାଢ଼ୀ, ସନ୍ତୋଷ ହିକକା, ନରେଶ ବିଡ଼ିକା,ପେଦିନା ମୁରଲୀ, ବିଦ୍ୟା ସାଗର ଏବଂ ଜଗଦୀଶ ସୁନାରି ପ୍ରମୁଖ ଉପସ୍ଥିତ ଥିଲେ ।