Tuesday, March 19, 2024

Top 5 This Week

Related Posts

ବୌଦ୍ଧ ଜିଲ୍ଲାରେ ମରୁଡି ପ୍ରତିକାର କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୧/୦୯) : ଆଜି ୨୧/୦୯ ରିଖ ଦିବା ୧୦.୩୦ ମିନିଟରେ ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ଜିଲ୍ଲାରେ ମରୁଡି ପ୍ରତିକାର କମିଟିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି |

ବୌଦ୍ଧ ଜିଲ୍ଲାରେ ମରୁଡି ପ୍ରତିକାର କମିଟିର ସମୀକ୍ଷା ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା କୃଷିଅଧିକାରୀ, ADH, PD, ୱାଟର ସେଡ, MI, LI, TPSDOL, DIPRO, Executive Engineer, Irrigation, Senior Scientist KVK, CDVO Boudh, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଇତ୍ୟାଦି ଯୋଗ ଦେଇଥିଲେ | ମୁଖ୍ୟତଃ ଗତ ମରୁଡି ଓ ବର୍ତମାନ ବନ୍ୟା ପରିସ୍ଥିତି ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା | ଏଥିରେ ଚାଷୀ ମାନଙ୍କୁ ଶସ୍ୟ ଯୋଜନା ସହିତ ବହୁ ଉତ୍ପାଦନ (ଭେରାଇଟି ଚାଷ) କିପରି କରିପାରିବେ ଏଥି ପାଇଁ ସମସ୍ତେ ସହାୟତା ଯୋଗାଇବେ ତତ ସହିତ ସମସ୍ତ ନଦୀ, ବନ୍ଧ, କେନାଲର ଜଳସ୍ତର ବୃଦ୍ଧି, କିପରି ଉପର ମୁଣ୍ଡରୁ ତଳ ମୁଣ୍ଡ ପର୍ଯ୍ୟନ୍ତ ପାଣି ମାଡିପାରିବ ଓ ଚାଷ ଜମି ଜଳସେଚିତ ହୋଇପାରିବ ଆଲୋଚନା କରାଯାଇଥିଲା |

ଶେଷରେ ସମସ୍ତ କେନାଲ, ଲିଫ୍ଟ ପଏଣ୍ଟ ଗୁଡିକ ର ରକ୍ଷଣ ବେକ୍ଷଣ ଓ ମରାମତି କରିବା ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିବାର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଦର୍ଶାଇଛନ୍ତି |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles