Friday, March 29, 2024

Top 5 This Week

Related Posts

ରାଜ୍ୟ ଯୁଗ୍ମ ସଚିବ ଙ୍କ ନେତୃତ୍ୱରେ ୬ ଜଣିଆ ଟିମ ର ବିନିକା ଗସ୍ତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୦/୯) : ବିନିକା ବସଷ୍ଟାଣ୍ଡକୁ ମଡେଲ ବସଷ୍ଟାଣ୍ଡରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ଓଏସଡି,ଓଏସଆରଟିସି ବିଭାଗ ତରଫରୁ ରାଜ୍ୟ ଯୁଗ୍ମ ସଚିବ ଦୀପ୍ତି ମହାପାତ୍ରଙ୍କ ସହ ଏକ ୬ ଜଣିଆ ଟିମ୍ ବିନିକା ଗସ୍ତରେ ଆସି ମଡେଲ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରି ଫେରି ଯାଇଥିବା ଜଣାପଡିଛି l

ରାଜ୍ୟ ଯୁଗ୍ମ ସଚିବ ଙ୍କ ଟିମ ବିନିକା ପହଞ୍ଚିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା l ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ବିନିକା ବସଷ୍ଟାଣ୍ଡ ପରିସରକୁ ପରିଦର୍ଶନ କରିବା ପରେ ସେହି ସ୍ଥାନକୁ ଚିହ୍ନଟ କରି ବସଷ୍ଟାଣ୍ଡକୁ ନବ କଳେବର କରାଯାଇ ମଡେଲ ବସଷ୍ଟାଣ୍ଡ ଭାବେ ନିର୍ମାଣ ପାଇଁ ଟିମ ସିଦ୍ଧାନ୍ତ ନେଇଥିବା ଜଣାପଡିଛି l

ଏହି ଅବସରରେ ବିନିକା ତହସିଲଦାର ଅଲେଖ ଘୁଟା,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକର ରଥ, ସୁବର୍ଣ୍ଣପୁର ପରିବହନ ଅଧିକାରୀ ରବିନ୍ ପଟ୍ଟନାୟକ,ବିଜେଡ଼ି ନଗର ସଭାପତି ସୋମନାଥ ମିଶ୍ର,ପୀତବାସ ମେହେର ପ୍ରମୁଖଙ୍କ ସମେତ ବିନିକା ରାଜସ୍ବ ଅଧିକାରୀ,ପରିଷଦ ଷ୍ଟାଫ ଉପସ୍ଥିତ ଥିଲେ l

Popular Articles