Related Contents

ଗ୍ରୀଷ୍ମ କାଳୀନ କରାଟେ ଶିବିର ଉଦଘାଟିତ

ବଲାଙ୍ଗିର (ସ୍ବ.ପ୍ର): ଉତ୍କଳ କରାଟେ ସ୍କୁଲ ବଲାଙ୍ଗିର ତରଫରୁ ପ୍ରଥମ ଗ୍ରୀଷ୍ମ କାଳୀନ କରାଟେ ଶିବିର ତା ୬|୫|୨୦୧୮ ସକାଳ ୬ ଘଣ୍ଟା ସମୟ ରେ ଆଇଡିଏମ୍ ଲିଟିଲ ମିଲେନିୟମ ସ୍କୁଲ ମାଲପଡା, ବଲାଙ୍ଗିର ଠାରେ ଉଦ୍ ଘାଟିତ ହୋଇଯାଇଛି ।ଉକ୍ତ ସ୍କୁଲ ର ଅଧ୍ୟକ୍ଷ ଶ୍ରୀମତୀ ବବିତା ଦୀକ୍ଷିତ କରାଟେ ଶିବିର ର ଉଦଘାଟନ କରି ଆତ୍ମରକ୍ଷା କୌଶଳ ର ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ । ଶିବିର ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଉତ୍କଳ କରାଟେ ସ୍କୁଲ ବଲାଙ୍ଗିର ର ମୂଖ୍ଯ ପ୍ରଶିକ୍ଷକ ସରୋଜ କାନ୍ତ ବେହେରା ସୂଚନା ଦେଇଛନ୍ତି । ଉକ୍ତ ଶିବିରରେ ପ୍ରାୟ   ୩୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରୁଛନ୍ତି । ପ୍ରଶିକ୍ଷକ ଶ୍ରୀ ପର୍ଶୁରାମ ସ୍ବାଇଁ, ଆନନ୍ଦ ପଧାନ, ଅଶୋକ ସେଠ୍, ଅଦ୍ବିତ ପ୍ରସାଦ ଓ ଦୟା ଶିବିର ପରିଚାଳନା କରିଥିଲେ ।

Comments are closed.