Related Contents

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଫାର୍ମାସିଷ୍ଟ

କେନ୍ଦୁଝର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଓଏମସିର ଫାର୍ମାସିଷ୍ଟ।

କେନ୍ଦୁଝର ଜିଲ୍ଲା ଶୁଆକାଟିର ଓଏମସି ଗନ୍ଧମାର୍ଦ୍ଦନର ଫାର୍ମାସିଷ୍ଟ ଲୀନା ପ୍ରିୟଦର୍ଶିନୀ ୧୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।  ଏକ ବିଲ୍‌ କରାଇଦେବା ପାଇଁ ରାଜେଶ କୁମାରଙ୍କୁ ଲାଞ୍ଚ ମାଗିଥିଲେ ଲୀନା। ତେବେ ରାଜେଶ ଏ ସମ୍ପର୍କରେ କଟକ ଭିଜିଲାନ୍ସ ସେଲ୍‌ରେ ଅଭିଯୋଗ କରିଥିଲେ। ଯୋଜନାବଦ୍ଧ ଭାବେ ଆଜି ଫାର୍ମାସିଷ୍ଟ ଜଣଙ୍କ ରାଜେଶଙ୍କଠାରୁ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ  ହାତରେ ଧରାପଡ଼ିଥିଲେ।

Comments are closed.