Friday, March 29, 2024

Top 5 This Week

Related Posts

ଯୁବକ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର : ଟିଟିଲାଗଡ଼ ପୋଲିସର ତଦନ୍ତ ଆରମ୍ଭ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼ ତା(୧୬/୦୯) : ଟିଟିଲାଗଡ଼ ହାଟପଦା ପଡ଼ା ସ୍ଥିତ ୧୪ ନମ୍ବର ୱାର୍ଡ ର ଜଜ୍ଞ ବେହେରା ନାମକ ଜଣେ ପ୍ରାୟ ୨୩ ବର୍ଷୀୟ ଯୁବକ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି | ସେ ନିଜ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଦେଇଥିବା ଶୁଣିବାକୁ ମିଳୁଛି ।WhatsApp Image 2021 09 17 at 10.19.43 AM ଯୁବକ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର : ଟିଟିଲାଗଡ଼ ପୋଲିସର ତଦନ୍ତ ଆରମ୍ଭ

ସୂଚନା ଅନୁଯାୟୀ ଅପରାହ୍ନ ପ୍ରାୟ ୭ ଟା ସମୟ ରେ ଟିଟିଲାଗଡ଼ ସ୍ଥିତ ଘଣ୍ଟାଶୁଣି ମନ୍ଦିର ନିକଟରେ ଥିବା ଏକ ପରିବା ଗୋଦାମ ଘରେ ସ୍ଥାନୀୟ ହାଟପଦା ପଡ଼ା ର ୧୪ ନମ୍ବର ୱାର୍ଡ ର ଜଜ୍ଞ ବେହେରା (ବ-୨୩) ନାମକ ଜଣେ ଯୁବକ ଙ୍କ ଝୁଲନ୍ତା ମୃତ ଦେହ ଫାସ ଲଗା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏ ନେଇ ଟିଟିଲାଗଡ଼ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଏକ ମାମଲା ରୁଜ୍ଜୁ କରିଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିବା ସୂଚନା ମିଳିଛି ।

ସେହିପରି ଉକ୍ତ ଯୁବକ ଏକ ନୂତନ ଏପାଚି ବାଇକ ଇତି ମଧ୍ୟରେ କିଣିଥିବା ବେଳେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କୌଣସି କାରଣ ରହିଛି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Popular Articles