Related Contents

ମହିଳା ଓ ଯୁବକକୁ ମାରପିଟ କରିବା ସହ ଲଣ୍ଡାକରି ଦଉଡ଼ିରେ ବାନ୍ଧି ସାରା ଗ୍ରାମରେ ପରିକ୍ରମା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗା ବ୍ଲକ ଅନ୍ତର୍ଗତ ବୁଆଳିବେଡା ଗ୍ରାମର ଏକ ଅବାଵନୀୟ ଘଟଣା ଘଟି ଯାଇଛି ।ଅନୈତିକ ସମ୍ପର୍କ ସନ୍ଦେହରେ ଗ୍ରାମର ଲୋକେ ଆଇନ ହାତକୁ ନେଇ ଏକ ମହିଳା ଓ ଯୁବକ କୁ ମାର ପିଟ କରିବା ସହ ଲଣ୍ଡାକରି ଉଭୟଙ୍କୁ ଦଉଡ଼ିରେ ବାନ୍ଧି ସାରା ଗ୍ରାମରେ ପରିକ୍ରମା କରାଇଥିଲେ ।

ପିଡ଼ିତା କହିବା ଅନୁଯାୟୀ ସେହି ବ୍ୟକ୍ତି ସହ ମୋର ଘରକୁ ଆସି ମୋର ଗାଡ଼ି ଖରାପ ହୋଇଛି ଏଟି ମେକାନିକ ମିଳିବେକି ବୋଲି ପଚାରି ଥିଲେ ମୁ ଓ ସେହି ବ୍ୟକ୍ତି ବାହାରେ କଥା ହେଉଥିଲୁ ଏହି ସମୟରେ ଗ୍ରାମର ୫ ରୁ ୬ଜଣ ଲୋକ ଆସି ପଚରା ଉଚରା କରି ପ୍ରଥମେ ଗାଳି ଗୁଳଜ କରି ପରେ ମାରପିଟ କରିଥିଲେ।ସକାଳେ ଗ୍ରାମ ଲୋକ ସାମ୍ନାରେ ମାରପିଟ କରିବାସହ ଚୁଟି କାଟି ଉଭୟଙ୍କୁ ଦଉଡି ବାନ୍ଧି ସାରା ଗ୍ରାମ ବୁଲାଇ ଥିଲେ। ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ପିଡ଼ିତା ଯୁବକ ଓ ଯୁବତୀକୁ ଉଦ୍ଧାର କରିଛି।ଏହି ସବୁ କାମ ମୋର ସ୍ଵାମୀ ଯୋଜନାବଦ୍ଧ କରାଇଛନ୍ତି ବୋଲି ପିଡ଼ିତା କହିଛନ୍ତି। ପିଡ଼ିତା ମହିଳା ଗ୍ରାମର ୫ଜଣ ଓ ଅନ୍ୟ ମାନଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି ଅଭିଯୁକ୍ତ ମାନେ ହେଲେ ପ୍ରଫୁଲ୍ଲ କୋଚିମ, ରାହୁଲ କୋଚିମ, ନବୀନ କୋଚିମ,ପ୍ରେମାନନ୍ଦ ଖରା , ତୁଲାରାମ ସୁନାଙ୍କ କେସ ନଂ.୧୧୫/୨୪.୪.୧୮ ଧାରା ୨୯୪/୫୦୬/୩୨୩/୩୫୪/୩୭୯/୩୪୧/୫୦୯/୩୫୫/୩୪ ଅନୁଯାୟୀ ମାମଲା ରୁଜୁ କରାଯାଇ ବର୍ତ୍ତମାନ ସୁଦ୍ଧା ପିଡ଼ିତାଙ୍କ ସ୍ଵାମୀ ଓ ଦୁଇଜଣଙ୍କୁ ଗିରଫ କରାଯାଇଛି। ମୋର ଜୀବନପ୍ରତି ବିପଦ ଥିବାଯୋଗୁଁ ମୁ ଘର ଛାଡ଼ି ଗୁପ୍ତ ସ୍ଥାନରେ ଲୁଚିରହିଅଛି । ତେଣୁ ମୋର ଚାକିରୀ ସେଠାରେ କରିପାରିବି ନାହିଁ ଉପରିସ୍ଥ ଅଧିକାରୀ ଅନୁରୋଧ କରୁଛି ମୋତେ ଅନ୍ୟ କୌଣସି ବ୍ଲକରେ ବଦଳି କରାଯାଉ।

Comments are closed.