ତାଳଚେର-ଅନୁଗୁଳ ରୁଟ୍‌ରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ ଘଟଣା : ଆଜି ଆଉ ୬ ଟ୍ରେନ୍‌ ବାତିଲ

0
142

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୬/୦୯) : ତାଳଚେର-ଅନୁଗୁଳ ରୁଟ୍‌ ମଝିରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବାରୁ ଗୁରୁବାର ୬ ଟି ଟ୍ରେନ କୁ ବାତିଲ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ସ୍ପେଶାଲ କୁ ଉଭୟ ରାଉରକେଲା ଓ ଭୁବନେଶ୍ୱର ର ବାତିଲ କରାଯାଇଛି । ସେହିପରି ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଓ ରାଉରକେଲା-ପୁରୀ ସ୍ପେଶାଲକୁ ମଧ୍ୟ ଉଭୟ ଦିଗ ରୁ ବାତିଲ କରାଯାଇଛି ବୋଲି ପୂର୍ବତଟ ରେଳପଥ ର ବରିଷ୍ଠ ଅଧିକାରୀ କହିଛନ୍ତି ।ଅପର ପକ୍ଷେ, ପୁରୀ-ଇନ୍ଦୋର ସ୍ପେଶାଲ ୧୬ ତାରିଖ ଭୋର୍‌ ୩ ଟା ପରିବର୍ତ୍ତେ ସକାଳ ୭ ଟା ରେ ଛାଡ଼ିବ । ତାଳଚେର-ଅନୁଗୁଳ ରୁଟ୍‌ ରେ ଲାଇନଚ୍ୟୁତ ୧୦ ଟି ଯାକ ୱାଗନ୍‌ ପୁଣି ଟ୍ରାକ୍‌ କୁ ଅଣାଯିବା ସହିତ ଲୋକୋମୋଟିଭ୍‌ କୁ ନିରାପଦ ଭାବେ ଅବସ୍ଥାପିତ କରିବାକୁ ଉଦ୍ୟମ କରାଯାଇଛି ବୋଲି ପୂର୍ବତଟ ରେଳପଥ ର ବରିଷ୍ଠ ଅଧିକାରୀ କହିଛନ୍ତି ।