Related Contents

ସାଲେପୁରରେ ପହଂଚିଛି କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ସାଲେପୁର : ସାଲେପୁର ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ପରେ ତାଙ୍କ ଗାଁରେ ପହଂଚିଛି କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ।

୯ ଦିନ ତଳେ ସାଲେପୁରରେ ଦୁଷ୍କର୍ମ ଉଦ୍ୟମର ଶୀକାର ହୋଇ କ୍ଷତାକ୍ତ ଅବସ୍ଥାରେ ହସ୍ପିଟାଲରେ ପହଂଚିଥିବା ୬ ବର୍ଷର କୁନି ଝିଅ ଶେଷରେ ଜୀବନଯୁଦ୍ଧରେ ହାରିଯାଇଛି । ଦୁଷ୍କର୍ମ ହୋଇଛି କି ନାହିଁ ସେନେଇ ସରକାରୀ ରିପୋର୍ଟ ଆସିବା ପୂର୍ବରୁ ଆଖି ବୁଜି ଦେଇଛି କୁନି ଝିଅ । କଟକ ମେଡ଼ିକାଲରେ ନାବାଳିକାଙ୍କ ମୃତ୍ୟୁ ହେବା ପରେ ଗତକାଲି ତାଙ୍କ ଗାଁରେ ପୀଡିତାଙ୍କ ଶେଷକୃତ୍ୟ ହୋଇଛି । ସେପଟେ ନାବାଳିକାର ମୃତ୍ରୁ୍ୟ ପରେ ସାଲେପୁରରେ ଚାପା ଉତ୍ତେଜନା ଦେଖାଦେଇଛି । ଏଥିପାଇଁ ପୀଡିତାଙ୍କ ପରିବାର ସମେତ ସାଲେପୁରରେ ସୁରକ୍ଷା ବ୍ୟବସ୍ଥାକୁ ବି କଡାକଡି କରାଯାଇଛି । ସାଲେପୁର ଅଂଚଳରେ ପ୍ରାୟ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ଜଣା ପଡିଛି ।

Comments are closed.