Related Contents

ହରିଶଙ୍କର ମହୋତ୍ସବ ୨୦୧୮-ଢୋଲ ନିଶାନ ତାସାରେ ଝୁମିଳେ ଦର୍ଶକ

ଖପ୍ରାଖୋଲ(ଭୋଜରାଜ ବରିହା) ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀର ଦ୍ଵିତୀୟ ସନ୍ଧ୍ୟାରେ ହରିଶଙ୍କର ନିକଟସ୍ଥ ଷ୍ଟେଜ୧ ରେ ମୁଖ୍ୟ ଅତିଥି ସମ୍ମାନୀୟ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ହୋଇଥିଲା |  ପରେ ବଲାଙ୍ଗୀରର ପଞ୍ଚମ, ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ବଲାଙ୍ଗୀର, ଏବଂ ପରିଶେଷରେ ସୁରସଙ୍ଗମ ଦଣ୍ଡ ନୃତ୍ୟ ସତିଘାଟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା |

ଷ୍ଟେଜ ୨ରେ ହେଉଥିବା କାର୍ଯ୍ୟକ୍ରମ – ଶଙ୍କର ବେହେରା ଓ ସାଥି ଲୋଇସିଂହା, ମୟୁରି ସାଂସ୍କୃତିକ ଅନୁଷ୍ଠାନ ସୁନ୍ଦରଗଡ, ମା ତାରିଣୀ ମହିଳା ଦଣ୍ଡ ନୃତ୍ୟ ଝିମବାହଲ କୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ସାଂକୃତିକ କାର୍ଯ୍ୟକ୍ରମ ମାନ ଉପଭୋଗ କରିଥିଲେ। ହରିଶଙ୍କର ମେଳାର ବିଶେଷ ଆକର୍ଷଣ ମିନ|ବଜାର ଆକାଶ ଦୋଲି, ପ୍ରଦଶନି ପଡ଼ିଆ,-ହରିଶଙ୍କର ରୁ ନୃସିଂହନାଥ ଗନ୍ଧମାର୍ଦ୍ଦନ ପାହାଡ଼ କୁ ହଜାର ହାଜର ଭକ୍ତ ଚଢ଼ି ଥାଆନ୍ତି। ହରିଶଙ୍କର ରୁ ହାରା ହୁରି ୧୪କିଲୋମିଟର ହେବ ପାହାଡ଼ ର ଆର ପାରିକୁ ଯିବା ସମୟରେ ପାହାଡ଼ ଶୀର୍ଷ ରେ ଭୀମ ମୋଡ଼ ,ଭୀମ ବାଟୁଲି,ଏବଂ ଚାଳଧାର ଛୁପି ରହିଥିବା ମୂଷିକ ଦତ୍ତ ରାକ୍ଷସ ସ୍ତାନ ଚନ୍ଦନ ଗଲି,ଅନେକ କିଛି ଗନ୍ଧମାର୍ଦ୍ଦନ ପାହାଡ ରେ ଦେଖିବାକୁ ମିଳିଥାଏ, ପର୍ବତ ଆରୋହି ମାନେ ପର୍ବତ ଚଢି ବେଶ ମଜା ନେଇ ଥାନ୍ତି |

Comments are closed.