ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀଙ୍କ ଦେହାନ୍ତ

0
363

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୧୫/୯) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଷାଲି ପଞ୍ଚାୟତ ରେ ଥିବା ନିୟନଗିରି ପାହାଡ ରେ ବସବାସ କରୁଥିବା ବିରଳ ଡଙ୍ଗରିଆ କନ୍ଧର ବିକାଶ ପାଇଁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ରହିଛି ।

ଉକ୍ତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ର ସ୍ୱତନ୍ତ୍ର ଅଧିକାରୀ ମୋଦନ ମୋହନ ଦଳବେହେରା ଙ୍କ ଆଜି ବ୍ରହ୍ମ ପୁର ବଡ ମେଡିକାଲ ଠାରେ ଦେହାନ୍ତ ହୋଇଥିବା ଜଣାପଡିଛି । ସେ କିଛି ଦିନ ହେବ ଅସୁସ୍ଥ ହେବାରୁ ନିଜ ଗାଁ ପାରଳାଖେମୁଣ୍ଡି କୁ ଯାଇଥିଲେ । ସେଠାରେ ଚିକିତ୍ସା ହେବ ପରେ ତାଙ୍କ ଦେହ ବହୁତ ଖରାପ ହେବଯୋଗୁଁ ବ୍ରହ୍ମ ପୁର ବଡ ମେଡିକାଲ କୁ ପଠାଇଥିଲେ । ସେହିଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପାହାନ୍ତିଆ ରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

ସେ ଜଣେ ପରଉପକାରୀ, ଭଦ୍ର ବ୍ୟକ୍ତି ଥିଲେ । ତାଙ୍କର ଚାକିରୀ କାଳ ଜୀବନରେ ନିଜ କର୍ତ୍ତବ୍ୟ କୁ ନିଷ୍ଠାର ସହିତ ତୁଲାଇଆସୁଥିଲେ । ସେ ଉକ୍ତ ସଂସ୍ଥା ରେ ପ୍ରଥମେ କ୍ଷେତ୍ର ପରିଦର୍ଶକ ରହିଥିଲେ ପରେ ପଦ ଉନ୍ନତି ହୋଇ ସ୍ୱତନ୍ତ୍ର ଅଧିକାରୀ ରହିଥିଲେ । ତାଙ୍କ ର ଦେହାନ୍ତ ହେବା ଖବର ନିୟମଗିରି ବାସୀ ଶୁଣି ମର୍ମାହତ ହୋଇ ଶୋକ ପ୍ରକାଶ କରିଛନ୍ତି ।